Bikash Khabar
ଇଜ୍‌ ଇଜ୍‌ ଅଫ୍‌ ଡୁଇଙ୍ଗ୍‌ ବିଜ୍‌ନେସ୍‌ ରାଙ୍କିଙ୍ଗ୍: ତଳକୁ ଖସିଲା ଓଡ଼ିଶା

ଇଜ୍ଅଫ୍ଡୁଇଙ୍ଗ୍ବିଜ୍ନେସ୍‌ (ବ୍ୟବସାୟ ଅନୁକୂଳ ପରିବେଶ)ରେ ଓଡ଼ିଶା ସବୁଠୁ ପଛରେ। ୨୦୧୮ରେ ୧୪ତମ ସ୍ଥାନରେ ଥିବା ଓଡ଼ିଶା ୨୦୧୯ରେ ୨୯ତମ ୍ୟାଙ୍କ୍କୁ ଖସିଆସିଛି। ଅର୍ଥାତ୍ତଳପଟୁ ପ୍ରଥମ। କେନ୍ଦ୍ର ବାଣିଜ୍ୟ ଶିଳ୍ପ ମନ୍ତ୍ରାଳୟ ପକ୍ଷରୁ ଶନିବାର ପ୍ରକାଶିତ ଷ୍ଟେଟ୍ବିଜ୍ନେସ୍ରିଫର୍ମ ଆକ୍ସନ ପ୍ଲାନ୍୍ୟାଙ୍କିଙ୍ଗ୍ରୁ ଏହା ଜଣାପଡ଼ିଛି ଓଡ଼ିଶା ବ୍ୟତୀତ ଅରୁଣାଚଳ ପ୍ରଦେଶ, ଚଣ୍ଡିଗଡ଼, ମଣିପୁର, ମେଘାଳୟ, ନାଗାଲାଣ୍ଡ, ସିକିମ୍ ତ୍ରିପୁରା ମଧ୍ୟ ଏହି ତାଲିକାର ୨୯ତମ ସ୍ଥାନରେ ରହିଛନ୍ତି ୨୦୧୫ ଇଜ୍ଅଫ୍ଡୁଇଙ୍ଗ୍ବିଜ୍ନେସ୍୍ୟାଙ୍କିଙ୍ଗ୍ରେ ଓଡ଼ିଶା ସପ୍ତମ ସ୍ଥାନରେ ଥିଲା। ୨୦୧୬ରେ ଏହା ଏକାଦଶ ସ୍ଥାନକୁ ଖସିଥିବା ବେଳେ ୨୦୧୮ରେ ଚତୁର୍ଦଶ ସ୍ଥାନକୁ ଖସିଥିଲା। କିନ୍ତୁ ୨୦୧୯ରେ ଇଜ୍ଅଫ୍ଡୁଇଙ୍ଗ୍ବିଜ୍ନେସ୍ରେ ରାଜ୍ୟର ପ୍ରଦର୍ଶନ ବହୁ ନିବେଶକଙ୍କୁ ଓଡ଼ିଶାମୁହାଁ ହେବା ପୂର୍ବରୁ ଦ୍ୱିତୀୟ ଥର ଚିନ୍ତା କରିବାକୁ ବାଧ୍ୟ କରିବ ବୋଲି ଅର୍ଥ ବିଶାରଦମାନେ ମତ ଦେଇଛନ୍ତି। ୩୬ଟି ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳକୁ ନେଇ ପ୍ରସ୍ତୁତ ହୋଇଥିବା ଷ୍ଟେଟ୍ବିଜ୍ନେସ୍ରିଫର୍ମ ଆକ୍ସନ୍ପ୍ଲାନ୍୍ୟାଙ୍କିଙ୍ଗ୍ରିପୋର୍ଟକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉନ୍ମୋଚନ କରିଛନ୍ତି ରିପୋର୍ଟ ମୁତାବକ, ଇଜ୍ଅଫ୍ଡୁଇଙ୍ଗ୍ବିଜ୍ନେସ୍୍ୟାଙ୍କିଙ୍ଗ୍ରେ ଲଗାତର ତୃତୀୟ ଥର ପାଇଁ ଆନ୍ଧ୍ରପ୍ରଦେଶ ଶୀର୍ଷରେ ରହିଛି। ୨୦୧୮ ୨୦୧୬ ୍ୟାଙ୍କିଙ୍ଗ୍ରେ ମଧ୍ୟ ଏହା ପ୍ରଥମ ସ୍ଥାନ ବଜାୟ ରଖିଥିଲା। ଆନ୍ଧ୍ରପ୍ରଦେଶ ପଛକୁ ଉତ୍ତର ପ୍ରଦେଶ ତେଲଙ୍ଗାନା ଯଥାକ୍ରମେ ଦ୍ୱିତୀୟ ତୃତୀୟ ସ୍ଥାନରେ ରହିଛନ୍ତି। ୨୦୧୮ରେ ଦ୍ୱାଦଶ ସ୍ଥାନରେ ଥିବା ଉତ୍ତର ପ୍ରଦେଶ ୧୦ ସ୍ଥାନ ଲମ୍ଫ ପ୍ରଦାନ କରିଛି। କିନ୍ତୁ ତେଲଙ୍ଗାନା ଦ୍ୱିତୀୟ ସ୍ଥାନରୁ ଗୋଟିଏ ସ୍ଥାନ ତଳକୁ ଖସିଛି ଇଜ୍ଅଫ୍ଡୁଇଙ୍ଗ୍ବିଜ୍ନେସ୍୍ୟାଙ୍କିଙ୍ଗ୍ ଶ୍ରେଷ୍ଠ ୧୦ ରାଜ୍ୟ ତାଲିକାରେ ମଧ୍ୟପ୍ରଦେଶ(ଚତୁର୍ଥ), ଝାଡ଼ଖଣ୍ଡ(ପଞ୍ଚମ), ଛତିଶଗଡ଼(ଷଷ୍ଠ), ହିମାଳଚ ପ୍ରଦେଶ (ସପ୍ତମ), ରାଜସ୍ଥାନ(ଅଷ୍ଟମ), ପଶ୍ଚିମବଙ୍ଗ (ନବମ) ଗୁଜରାଟ(ଦଶମ) ରହିଛନ୍ତି। ଷ୍ଟେଟ୍ବିଜ୍ନେସ୍ରିଫର୍ମ ଆକ୍ସନ ପ୍ଲାନ୍୍ୟାଙ୍କିଙ୍ଗ୍ଉନ୍ମୋଚନ ଅବସରରେ ଅନ୍ୟମାନଙ୍କ ମଧ୍ୟରେ ବାଣିଜ୍ୟ ଶିଳ୍ପମନ୍ତ୍ରୀ ପୀୟୂଷ ଗୋୟଲ, ରାଷ୍ଟ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ ପ୍ରମୁଖ ଉପସ୍ଥିତ ଥିଲେ।

 

06/09/2020

Leave a Reply

Your email address will not be published. Required fields are marked *

Comments