Bikash Khabar
ଏ ହେଉଛି ବିଜୁଳିରେ ଚାଲୁଥିବା ସ୍କୁଟର : ମୋବାଇଲରେ ହେବ ନିୟନ୍ତ୍ରଣ, ଚୋରୀ ହେଲେ ଚାଲିବା ହୋଇଯିବ ବନ୍ଦ

 ଭାରତର ଏକ ଷ୍ଟାର୍ଟଅପ୍ କମ୍ପାନୀ ଟ୍ୱେଣ୍ଟିଟୁ ମୋଟର ନିକଟରେ ନିଜର ପ୍ରଥମ ବୈଦ୍ୟୁତିକ ସ୍କୁଟର  ର ଶୁଭାରମ୍ଭ କରିଛି । ଦିଲ୍ଲୀର ଅଟୋ ଏକ୍ସପୋ-୨୦୧୮ରେ ଏହାକୁ ଉପସ୍ଥାପିତ କରାଯାଇଥିଲା । ମାତ୍ର ୮୫ କିଲୋଗ୍ରାମ ଓଜନର ଏହି ସ୍କୁଟର ଥରେ ଚାର୍ଯ୍ୟ ହେଲେ ୮୦ କିମି ଯାଏ ଚାଲିପାରିଥାଏ । 

୬୦ କିମି ବେଗରେ ଦୌଡ଼ୁଥିବା ଏହି ସ୍କୁଟରରେ ୨.୧ କିଲୋୱାଟର ବୈଦ୍ୟୁତିକ ମିଟର ରହିଛି । ଭାରତୀୟ ବଜାରରେ ଏହି ସ୍କୁଟରର ଦାମ ୬୦ ହଜାର ଟଙ୍କା ରଖାଯାଇଛି । ଏଥିରେ ଏପରି ଅଟୋ ଅଫ ସେନ୍ସର ଲଗାଯାଇଛି ଯାହାକୁ ଥରେ ସେଟ କରିଦେବା ମାତ୍ରେ ଏହା ଚୋରୀ ହେବାରୁ ସୁରକ୍ଷା ଦେଇଥାଏ । ଚୋର ଗାଡ଼ି ନେବା ମାତ୍ରେ ଏହା ଷ୍ଟାର୍ଟ ହେବନି ।

ଗାଡ଼ିର ଫ୍ରଣ୍ଟ ଏବଂ ରିୟର ଟାୟରରେ ଡ଼ିସ୍କ ବ୍ରେକ ଦିଆଯାଇଛି । ଟ୍ୟୁବଲେସ ଟାୟାର ରହିଛି । ସମ୍ପୂର୍ଣ୍ଣ ଭାବେ ଧୂଳି ଓ ଜଳ ପ୍ରୋଟେକ୍ଟେଡ଼ । ଦୁଇଟି ହେଲମେଟ ରଖିବା ପାଇଁ ଯାଗା ରହିଛି । ସମସ୍ତ ଲାଇଟ ଏଲଇଡ଼ି ଯୁକ୍ତ । ସ୍କୁଟରର ସ୍ୱତନ୍ତ୍ରତା ହେଉଛି ଏଥିରେ ଏକ ମୋବାଇଲି ଆପ ସହ ଟ୍ରାକ୍ କରାଯାଇଛି ଯେଉଁଥିରୁ ଗାଡ଼ିର ସମସ୍ତ ସୂଚନା ମୋବାଇଲିରୁ ମିଳିପାରିବ । ମୋବାଇଲିରେ ସେଟିଂ କରାଯାଇନଥିଲେ ଏହା ଆଗକୁ ଗଡ଼ି ପାରିବ ନାହିଁ । 

29/08/2018

Leave a Reply

Your email address will not be published. Required fields are marked *

Comments