Bikash Khabar
ବିଦ୍ୟୁତ ସଂସ୍ମାର ପାଇଁ ଆଉ ଏକ ପ୍ରୟାସ, ସ୍ମାର୍ଟ ହେବ ଇଲେକ୍ଟ୍ରିକ ମିଟର

ଡ଼ିଜିଟାଲ ଇଣ୍ଡିଆ, ମେକ୍ ଇନ୍ ଇଣ୍ଡିଆ, ଷ୍ଟାର୍ଟ ଅପ ଇଣ୍ଡିଆ ପରି ବିଭିନ୍ନ ପ୍ରକାର ସ୍ମାର୍ଟ ଫଣ୍ଡା ଆପଣାଉଥିବା କେନ୍ଦ୍ରସରକାର ଏଣିକି ଦେଶରେ ବିଦ୍ୟୁତ ସଂସ୍କାର ପାଇଁ ଏକ ବଡ଼ ଯୋଜନା ନେବାକୁ ଯାଉଛନ୍ତି । ଏହା ଅନୁଯାୟୀ ପ୍ରଥମେ ବିଦ୍ୟୁତ ଉପଭୋକ୍ତା ଟଙ୍କା ପଇଠ କରିବେ ଓ ପରେ ବିଜୁଳି ଉପଭୋଗ କରିବେ । ଆଗରୁ ବିଜୁଳି ବ୍ୟବହାର କରି ପରେ ଅର୍ଥ ଦେବା ପରିବର୍ତ୍ତେ ଏଣିକି ପ୍ରଥମେ ଟଙ୍କା ଓ ପରେ ବିଜୁଳି ବ୍ୟବହାର କରିବେ । ଆକାଉଣ୍ଟରୁ ଟଙ୍କା ସରିଲେ ବିଦ୍ୟୁତ ସେବା ବନ୍ଦ ରହିବ ।

ସରକାରଙ୍କ ଏଭଳି ପଦକ୍ଷେପ ଯୋଗୁଁ ଏଗ୍ରିଗେଟ ଟ୍ରାନ୍ସ ମିଶନ ଏଣ୍ଡ କମର୍ସିଆଲ କ୍ଷତି କମିବ, ଶକ୍ତି ସଂରକ୍ଷଣକୁ ପ୍ରୋତ୍ସାହନ ମିଳିବ ଏବଂ ପାୱାର ସେକ୍ଟରରେ ସଂସ୍କାର ଆଣିବ । କାଗଜପତ୍ର ବିଲ୍ ଝାମେଲାରୁ ଉପଭୋକ୍ତାଙ୍କୁ ମୁକ୍ତି ମିଳିବ । ବିଲ୍ ପଇଠ କରୁନଥିବା ଗ୍ରାହକଙ୍କୁ ମିଳିବ ଉଚିତ୍ ଶିକ୍ଷା । 
ମୋବାଇଲ ରିଚାର୍ଜ, ଡ଼ିଟିଏଚ ଦେୟ, ଇଣ୍ଟରନେଟ ସେବା ପାଇଁ ଯେପରି ଆଗରୁ ପଇସା ଦେଇ ପରେ ବ୍ୟବହାର ହୁଏ ଠିକ୍ ସେପରି ବିଜୁଳି ପାଇଁ ପ୍ରଥମେ ଦେୟ ଦେଇ ବିଦ୍ୟୁତ ସେବା ପାଇ ହେବ । 
 

26/12/2018

Leave a Reply

Your email address will not be published. Required fields are marked *

Comments