Bikash Khabar
ଭାରତରେ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛି ଫେସବୁକ୍, ନମ୍ବର ୱାନ ପୋଜିସନ ବଜାୟ ରଖିବା ରହିିଛି ଲକ୍ଷ୍ୟ

  ଫେସବୁକ୍ ଭାରତରେ ଆଗାମୀ ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନ ପାଇଁ ସାରା ବିଶ୍ୱରେ ଥିବା ନିଜ ଟିମକୁ ମଜଭୁତ କରାଇବାରେ ଲାଗିଛି । ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ପ୍ରଭାବିତ କରିଥିବା କଳଙ୍କରୁ ମୁକ୍ତି ପାଇନଥିବା ଫେସବୁକ୍ ବିଶ୍ୱର ସବୁଠୁ ବଡ଼ ନିର୍ବାଚନ ପ୍ରକ୍ରିୟାରେ ସକ୍ରିୟ ରହିବା ପାଇଁ ଉଦ୍ୟମ ଆରମ୍ଭ କରିଛି ।

ଫେସବୁକର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମାର୍କ ଯୁକରବର୍ଗ, ଚିପ୍ ଅପରେଟିଙ୍ଗ ଅଫିସର ସେରିଲ ସେଡ଼ବର୍ଗ ଏବଂ ଅନ୍ୟାନ୍ୟ ବଡ଼ ପଦାଧିକାରୀଙ୍କ ନଜର ଏବେ ଭାରତୀୟ ନିର୍ବାଚନ ଉପରେ ରହିଛି । ଭାରତରେ ଟପ୍ ପୋଜିସନ ରଖିଥିବା ଫେସବୁକ୍ ଏହାର ଲୋକପ୍ରିୟତା ବଜାୟ ରଖିବା ପାଇଁ ନିର୍ବାଚନରେ ଶତ ପ୍ରତିଶତ ସକ୍ରିୟ ରହିବାର ବାଟ ଖୋଜୁଛି । ଭାରତର ନିର୍ବାଚନ ଆମ ପାଇଁ ସର୍ବୋଚ୍ଚ ପ୍ରାଥମିକତା ବୋଲି ଫେସବୁକ୍ କହିଛି । ଫେସବୁକ୍ ରାଜନୈତିକ ଦଳ ଏବଂ ପ୍ରାର୍ଥିମାନଙ୍କ ପାଇଁ ପ୍ରଚାରର ମଂଚ ପାଲଟିବ । ଫେସବୁକ୍ ଲାଇଭ ଠାରୁ ଆରମ୍ଭ କରି ପ୍ରୋଫାଇଲ ପେଜ୍ ତିଆରି ଏବଂ ସ୍ୱତନ୍ତ୍ର ପୃଷ୍ଠା ତିଆରିରେ ସହଯୋଗ ହେବ । 

14/08/2018

Leave a Reply

Your email address will not be published. Required fields are marked *

Comments