Bikash Khabar
ଦିନରେ ଦୁଇଥର ହଜିଯାଏ ଏହି ମନ୍ଦିର, ପୁଣି ଦୃଶ୍ୟମାନ ହୋଇଥାଏ

  ଗୁଜୁରାଟ ବଡ଼ୋଦରାରେ ଭଗବାନ ଶିବଙ୍କ ଏପରି ଏକ ମନ୍ଦିର ରହିଛି ଯାହା ଦେଖୁ ଦେଖୁ ଗାଏବ ହୋଇଯାଏ ଏବଂ ପୁଣି ଅଚାନକ ଦେଖିବାକୁ ମିଳେ । ଏହି ମନ୍ଦିରର ଏଭଳି ବିଶେଷତ୍ୱତା ପାଇଁ ଏଠାରେ ସାରା ଦେଶର ଭକ୍ତମାନେ ଏକାଠି ହୋଇଥାନ୍ତି ।

ସ୍ତମ୍ଭେଶ୍ୱର ମହାଦେବ ମନ୍ଦିର ସମୁଦ୍ର ଭିତରେ ରହିଛି । ଏହି ମନ୍ଦିରର ନିର୍ମାଣ ଭଗବାନ ଶିବଙ୍କ ପୁତ୍ର କାର୍ତ୍ତିକେୟ ନିଜ ତପସ୍ୟା ବଳରେ କରିଥିଲେ ବୋଲି ବିଶ୍ୱାସ ରହିଛି । ଦିନରେ ଦୁଇଥର ସମୁଦ୍ରର ଜଳସ୍ତର ଏଠାରେ ବୃଦ୍ଧି ପାଇ ମନ୍ଦିରକୁ ବୁଡ଼ାଇ ଦିଏ । ପୁଣି କିଛି ସମୟ ପରେ ସମୁଦ୍ର ଜଳସ୍ତର କମିବା ପରେ ମନ୍ଦିର ପୁଣି ଦୃଶ୍ୟମାନ ହୁଏ । ଦୈନିକ ସକାଳେ ଓ ସଞ୍ଜରେ ଦୁଇଥର ଏଭଳି ଘଟଣା ଘଟେ । ଲୋକେ ଏହାକୁ ଶିବଙ୍କ ଚମକ୍ରାର ବୋଲି କହନ୍ତି । ସମୁଦ୍ର ଦିନକୁ ଦୁଇଥର ଶିବଙ୍କୁ ଜଳାଭିଷେକ କରୁଥିବା କୁହାଯାଏ ।

ଏହି ମନ୍ଦିର ନିର୍ମାଣ ବିଷୟରେ ସ୍କନ୍ଦ ପୁରାଣରେ ଉଲ୍ଲେଖ ରହିଛି । ତାରକାସୁର ଶିବଙ୍କ ଠାରୁ କୃପା ଲାଭ କରି ବରପ୍ରାପ୍ତ ହୋଇଥିଲା । ଶିବଙ୍କ ପୁତ୍ର ବ୍ୟତୀତ ଅନ୍ୟ କାହା ଦ୍ୱାରା ମରିବନି ବୋଲି ଶିବ ବର ଦେଇଥିଲେ । ଆଶୀର୍ବାଦ ପାଇବା ପରେ ତାରକାସୁର ବ୍ରହ୍ମଣ୍ଡରେ ବିଭ୍ରାଟ କରିବାକୁ ଲାଗିଲା । ଏହାର ଉତ୍ପାତକୁ ସହି ନପାରି କାର୍ତ୍ତିକେୟ ତାରକାକୁ ବଧ କଲେ । ପରେ ସେ ଯେତେବେଳେ ଜାଣିଲେ ଯେ ତାରକା ଶିବ ଭକ୍ତ ସେ ବ୍ୟଥିତ ହୋଇଗଲେ । ମହିସାଗର ସଙ୍ଗମରେ ବିଶ୍ୱନନ୍ଦକ ସ୍ତମ୍ଭର ସ୍ଥାପନା କଲେ । ଏହି ସ୍ତମ୍ଭ ଏବେ ସ୍ତମ୍ଭେଶ୍ୱର ନାମରେ ବିଖ୍ୟାତ । 

05/09/2018

Leave a Reply

Your email address will not be published. Required fields are marked *

Comments