Bikash Khabar
ପିଏମ କିଷାନରେ ଚାଷୀ ପାଇଲେଣି ୫,୨୧୫ କୋଟି , ଓଡ଼ିଶାରେ ୮ ଲକ୍ଷ ଚାଷୀ ଉପକୃତ

ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ କେନ୍ଦ୍ର ସରକାର ବର୍ତ୍ତମାନ ସୁଦ୍ଧା ୨.୬ କୋଟି କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କୁ ୫,୨୧୫ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଅନ୍ତରୀଣ ବଜେଟରେ ଏହି ଯୋଜନା ସମ୍ପର୍କରେ ଘୋଷଣା କରାଯାଇଥିଲା । ଏହି ଯୋଜନାରେ ୭୫ ହଜାର କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ।

ପ୍ରଧାନମନ୍ତ୍ରୀ କିଷାନ ମାନ ଧନ ଯୋଜନାରେ ପ୍ରତି ଚାଷୀଙ୍କ ପାଇଁ ତିନୋଟି କିସ୍ତିରେ ବାର୍ଷିକ ୬ ହଜାର ଟଙ୍କା ପ୍ରଦାନ କରିବାକୁ ନିଷ୍ପତ୍ତି ହୋଇଛି । ୨ ହେକ୍ଟର ଜମି ଥିବା ପ୍ରାୟ ୧୨ କୋଟି ଚାଷୀ ଏହି ଆର୍ଥିକ ସହାୟତା ପାଇବେ । ମାର୍ଚ୍ଚ ଶେଷ ସୁଦ୍ଧା ପ୍ରଥମ ପର୍ଯ୍ୟାୟରେ ୨୦ ହଜାର କୋଟି ଟଙ୍କା ଚାଷୀଙ୍କ ବ୍ୟାଙ୍କ ଖାତାକୁ ପଠାଯିବ ।
ଫେବୃଆରୀ ୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ । ବର୍ତ୍ତମାନ ସୁଦ୍ଧା ଚାଷୀଙ୍କ ଆକାଉଣ୍ଟକୁ ୫୨୧୫ କୋଟି ଟଙ୍କା ହସ୍ତାନ୍ତର ହୋଇଛି । ଉତ୍ତରପ୍ରଦେଶର ସର୍ବାଧିକ ୭୪.୭୧ ଲକ୍ଷ ଚାଷୀ ଓ ଆନ୍ଧ୍ରପ୍ରଦେଶର ୩୨.୧୫ ଲକ୍ଷ ଚାଷୀ ଏଥିରୁ ଉପକୃତ ହୋଇଥିବାବେଳେ ଓଡ଼ିଶାର  ୮.୦୭ ଲକ୍ଷ ଚାଷୀ ଉପକୃତ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ଚାଷୀମାନଙ୍କ ତାଲିକା କେନ୍ଦ୍ରକୁ ପଠାଉନଥିବାରୁ କାଳିଆ ଯୋଜନାର ସମସ୍ତ ହିତାଧିକାରୀ ପିଏମ କିଷାନ ଯୋଜନା ଲାଭରୁ ବଂଚିତ ହେଉଛନ୍ତି ।

12/03/2019

Leave a Reply

Your email address will not be published. Required fields are marked *

Comments