Bikash Khabar
କୋବି ଚାଷ ପାଇଁ ଏହି ଚାଷୀଙ୍କ ନାମ ଯୋଡ଼ି ହେଲା ଲିମକା ବୁକ୍ ଅଫ ରେକର୍ଡ଼ରେ

ରାଜସ୍ଥାନ ସିକର ଜିଲ୍ଲାର ଜଗଦିଶ ପ୍ରସାଦ ପାରିକ ୧୯୭୦ରୁ ଚାଷ କରିଆସୁଛନ୍ତି । ପାରମ୍ପରିକ ଚାଷ ବ୍ୟତୀତ ସେ ଦୁଇ ହେକ୍ଟର ଜମିରେ ଡ଼ାଳିମ୍ବ, ଲେମ୍ବୁ, ବେଲ, ଗୋଲାପ ଏବଂ କୋବି ଚାଷ କରିଥାନ୍ତି । ସେ ନିଜର ଏହି ଚାଷ ପାଇଁ ରାସାୟନିକ ସାର ପ୍ରୟୋଗ ନକରି ନିଜେ ପ୍ରସ୍ତୁତ କରୁଥିବା ଜୈବିକ ସାର ପ୍ର୍ରୟୋଗ କରନ୍ତି ।

 ନିକଟରେ ତାଙ୍କର କୋବିଚାଷ ତାଙ୍କୁ ଲିମକା ବୁକ ଅଫ ରେକର୍ଡ଼ସରେ ସ୍ଥାନ ଦେଇଛି । ତାଙ୍କ କୋବିର ଆକାର ଦେଶର ଅନ୍ୟାନ୍ୟ କୋବି ଠାରୁ ବଡ଼ । ସେ ଏହାର ନାମ ନିଜର ଗାଁର ନାମ ଅଜିତ ଗଡ଼କୁ ଯୋଡ଼ି ଅଜିତ ଗଡ଼ ସିଲେକ୍ସନ ନାମରେ ନାମିତ କରିଛନ୍ତି । ଏହା କେବଳ ବଡ଼ ଆକାର ଭାବେ ନୁହେଁ ବରଂ ଏହାକୁ ଉଷ୍ମ ଜଳବାୟୁରେ ଅମଳ କରି ହେଉଥିବାରୁ ତାଙ୍କ କୋବି ଦେଶରେ ଏକ ନୂଆ ପ୍ରଜାତିର କୋବିର ମାନ୍ୟତା ପାଇଛି । ଏଥିରେ ମଧ୍ୟ ରୋଗ ପ୍ରତିରୋଧକ କ୍ଷମତା ରହିଛି । ଜଗଦିଶଙ୍କ ଗୋଟିଏ ଗୋଟିଏ କୋବିର ଓଜନ ୨୫ କିଗ୍ରା ଲେଖାଏ ହୋଇଥିବାବେଳେ ଏହାକୁ ବର୍ଷରେ ୩ଥର ଅମଳ କରାଯାଇପାରୁଛି । ଜଗଦିଶ ଏହି ପ୍ରଜାତିର କୋବିକୁ ୧୯୯୦ରୁ ଲଗାଉଛନ୍ତି ଏବଂ ୨୦୦୧ରେ ତାଙ୍କୁ ଗ୍ରାସରୁଟସ ଇନୋଭେସନ ଆୱାର୍ଡ଼ରେ ସମ୍ମାନୀତ କରାଯାଇଛି । ଏହି ପ୍ରଜାତିର ଫୁଲ କୋବି ଉପରେ ଜଗଦିଶ ବୌଦ୍ଧିକ ସତ୍ତ୍ୱାଧିକାର ମଧ୍ୟ ହାସଲ କରିପାରିଛନ୍ତି । 
 

05/11/2018

Leave a Reply

Your email address will not be published. Required fields are marked *

Comments