Bikash Khabar
ବଜାର ନାହିଁ କି ସଂରକ୍ଷଣ ବ୍ୟବସ୍ଥା ନାହିଁ, କେନ୍ଦୁଝରରେ ଟମାଟୋ କିଲୋ ୨ଟଙ୍କା

ଏବେ ଚାଷୀଙ୍କ କ୍ଷେତରେ ନାଲି ଟହ ଟହ ଟମାଟୋ ପାଚିିଛି । ହେଲେ ଉପଯୁକ୍ତ ମୂଲ୍ୟରେ ବିକ୍ରୀ ପାଇଁ ବଜାର ନାହିଁ କି ସାଇତି ରଖିବା ପାଇଁ ଶୀତଳ ଭଣ୍ଡାର ନାହିଁ । ପୁଣି ଟମାଟୋରୁ ସସ୍ ପ୍ରସ୍ତୁତ ପାଇଁ ପ୍ରକ୍ରିୟାକରଣ ୟୁନିଟ ନାହିଁ କି ଅନ୍ୟ ବଜାର ସହିତ ସଂଯୋଗ ପାଇଁ ସଂଗଠିତ ପ୍ରୟାସ ନାହିଁ । ଏସବୁ ଭିତରେ କେନ୍ଦୁଝରର ଟମାଟୋ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି । ବଜାରରେ ଟମାଟୋ କିଲୋ ପ୍ରତି ଦୁଇ ଟଙ୍କା ହୋଇଯାଇଥିବାରୁ ଏତେ ମେହନତ ଓ ଖର୍ଚ୍ଚ କରି ଟମାଟୋ ଫଳାଇଥିବା ଚାଷୀ ୨ ଟଙ୍କା କେଜିରେ ବିକ୍ରୀ କରିବାକୁ ଚାହୁଁନି ।

କେନ୍ଦୁଝର ଜିଲ୍ଲା ସଦରବ୍ଲକର ମହାଦେଇ ଯୋଡ଼ା ଡ଼ାଳିମ୍ବାଡ଼ିହି, ଶିମିଳିସାହି, ମହାନ୍ତ ସାହି ଆଦି ଗ୍ରାମରେ ୫୦ ଏକରରୁ ଅଧିକ ଜମିରେ ଟମାଟୋ ଚାଷ ହୋଇଥିଲା । ଏବେ ୨୫ରୁ ୨୮ କେଜିଆ ପ୍ଲାଷ୍ଟିକ ଟ୍ରେ ରେ ଭର୍ତ୍ତି ହୋଇଥିବା ଟମାଟୋ ୬୦ ଟଙ୍କାରେ ବିକ୍ରୀ ହେଉଛି । ଏତିକି ଟମାଟୋ ତୋଳିବା ପାଇଁ ୨୦ ଟଙ୍କା ଖର୍ଚ୍ଚ ହେଉଥିବାବେଳେ ବଜାରକୁ ନେବା ପାଇଁ ଆଉ ୩୦ ଟଙ୍କା ଖର୍ଚ୍ଚ ହେଉଛି । ଏମିତି ସ୍ଥିତିରେ କଣ କରାଯିବ ଚାଷୀ ନିକଟରେ ବୁଦ୍ଧିବାଟ ନାହିଁ । କେନ୍ଦୁଝର ଜିଲ୍ଲାର ଟମାଟୋ ଚାଷୀଙ୍କ ଏଭଳି ଦୁର୍ଦ୍ଦଶାକୁ କାଳିଆ ଯୋଜନା କିଭଳି ସହାୟତା କରିବ ତାକୁ ନେଇ ଏବେ ବଡ଼ ପ୍ରଶ୍ନ । ଚାଷୀଙ୍କ ଆବଶ୍ୟକତାକୁ ସରକାର କେବେ ବି ଦୃଷ୍ଟି ଦେଉନଥିବାରୁ ଚାଷୀଙ୍କ କଷ୍ଟ ବଢିବାରେ ଲାଗିିଛି ।

21/02/2019

Leave a Reply

Your email address will not be published. Required fields are marked *

Comments