Bikash Khabar
ଇସ୍ରୋରେ ବୈଜ୍ଞାନିକ ହେବେ ବାଲେଶ୍ୱର ଚାଷୀଙ୍କ ପୁଅ

ବାଲେଶ୍ୱର ଭୋଗରାଇ ବ୍ଲକ ପ୍ରହରାଜପୁରର ଆଲୋକ ଭଞ୍ଜ ନିଜ ମେଧାରେ ସମଗ୍ର ଜିଲ୍ଲାକୁ ଆଲୋକିତ କରିଛନ୍ତି । ପରିବା ଚାଷ କରି ପରିବାର ପୋଷୁଥିବା ବାପା ଓ ମାଆଙ୍କ ନାଁ କୁ ସାର୍ଥକ କରିଛନ୍ତି ଆଲୋକ । ଇସ୍ରୋର ବୈଜ୍ଞାନିକ ପାଇଁ ଦେଶର ୭ ଲକ୍ଷ ଯୁବାବର୍ଗଙ୍କ ସହିତ ଆଲୋକ ମଧ୍ୟ ଆବେଦନ କରିଥିଲେ । ପ୍ରଥମ ପର୍ଯ୍ୟାୟରେ ଶ୍ରେଷ୍ଠ ୧୦୦ ମଧ୍ୟରେ ରଖିଥିଲେ ୧୬ ନମ୍ବର । ପରବର୍ତ୍ତି ପର୍ଯ୍ୟାୟରେ ୧୦୦ ଜଣଙ୍କ ମଧ୍ୟରୁ ଶ୍ରେଷ୍ଠ ୧୦ ଜଣଙ୍କୁ ଚୟନ କରାଯାଇଥିଲା । ଆଲୋକ ଏଥିରେ ପ୍ରଥମ ସ୍ଥାନରେ ରହିଥିଲେ ।

ଆଲୋକ ଏବେ ଫକିର ମୋହନ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଯୁକ୍ତ ତିନି ପ୍ରଥମ ବର୍ଷର ଛାତ୍ର । ଯୁକ୍ତ ତିନି ଓ ସ୍ନାତକୋତ୍ତର ପାଠ ପଢାର ୪ ବର୍ଷ ଭିତରେ ଇସ୍ରୋ, ନାସା, ବାର୍କ ଓ ଋଷର ବୋର୍ଡ଼ ପାର୍ଟିକଲରେ ତାଲିମ ନେବେ । ପରେ ବୈଜ୍ଞାନିକ ଭାବେ ଯୋଗ ଦେବେ ।

13/03/2019

Leave a Reply

Your email address will not be published. Required fields are marked *

Comments