Bikash Khabar
ଅଧାରୁ ପାଠ ଛାଡ଼ିଥିବା ଝିଅଙ୍କ ପାଠପଢା ପାଣ୍ଠି ଯୋଗାଡ଼ ପାଇଁ ରାଜଧାନୀରେ ଫ୍ୟାଶନ ସୋ

ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ଜରିଆରେ ସମାଜର ଉନ୍ନତିମୂଳକ କାର୍ଯ୍ୟ କରୁଥିବା ପରିଚୟ ଫାଉଣ୍ଡେସନ ପକ୍ଷରୁ ରାଜଧାନୀ ଭୁବନେଶ୍ୱରରେ ଏକ ନିଆରା ଫ୍ୟାଶନ ସୋର ଆୟୋଜନ କରାଯାଇଛି । ଏଥିରେ ସେଲିବ୍ରେଟିମାନେ ସାମିଲ ହୋଇ ଫ୍ୟାଶନ ସୋ ଆୟୋଜନ ପୂର୍ବକ ଯେଉଁ ପାଣ୍ଠି ସଂଗ୍ରହ କରିଛନ୍ତି ତାହା ଅଧାରୁ ପାଠ ଛାଡ଼ିଥିବା ଝିଅମାନଙ୍କ ଉଚ୍ଚ ଶିକ୍ଷା ପାଇଁ ବିନିଯୋଗ କରାଯିବା କୁହାଯାଇଛି ।

ହକି ତାରକା ଦିଲ୍ଲୀପ ତିର୍କି, ଚଳଚ୍ଚିତ୍ର ତାରକା ତଥା ସାଂସଦ ଅନୁଭବ ମହାନ୍ତି, ତାଙ୍କ ପତ୍ନୀ ଅନ୍ୟତମ ଚଳଚ୍ଚିତ୍ର ତାରକା ବର୍ଷା ପ୍ରିୟଦର୍ଶିନୀ, ପୋଷାକ ଡ଼ିଜାଇନର ରାମୌଲି, ୱାଲ୍ଡ ଜୁନିୟର ମଡ଼େଲ ଇଣ୍ଟରନ୍ୟାସନାଲ ଶତଭିସା ଦାସ, ଇପାରୀ ଶିବମ, ଇଣ୍ଡିଆନ ଆଇଡ଼ଲ ଫେମ ଅମୃତା ଭାରତୀ ପଣ୍ଡା ପ୍ରମୁଖ ଏହି ଫେସନ ସୋ ଜରିଆରେ ମହିଳା ସଶକ୍ତିକରଣ ପ୍ରୟାସକୁ ପ୍ରଶଂସା କରିଥିଲେ ।
ପରିଚୟ ଫାଉଣ୍ଡେସନ ପକ୍ଷରୁ ରୋଜାଲିନ ପାଟ୍ଟଶାଣୀ ମିଶ୍ର କହିଥିଲେ କି ନ୍ୟାସନାଲ ଓପନ ସ୍କୁଲ ଅଧୀନରେ ମାଟ୍ରିକ ପରୀକ୍ଷାରେ ସାମିଲ ପାଇଁ ଆମେ ଅଧାରୁ ପାଠ ଛାଡ଼ିଥିବା ଝିଅମାନଙ୍କୁ ଏଭଳି କାର୍ଯ୍ୟକ୍ରମ ଜରିଆରେ ସହାୟତା କରୁଛୁ । ଏହି ଝିଅମାନଙ୍କ ଶିକ୍ଷାଠାରୁ ନିଯୁକ୍ତି ଯାଏ ଆମର ଭୂମିକା ରହିବ ବୋଲି ସେ ସୂଚାଇଥିଲେ । 
 

14/11/2018

Leave a Reply

Your email address will not be published. Required fields are marked *

Comments