Bikash Khabar
ରାସ୍ତାକଡ଼ ଦୋକାନୀଙ୍କୁ ସୁଲଭ ଋଣ ସହାୟତା,୫ ହଜାର କୋଟିର ସ୍କିମ ଘୋଷଣା କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

କରୋନା ମହାମାରୀ ଲକଡାଉନ ଯୋଗୁଁ ଦେଶରେ ଲକ୍ଷ ଲକ୍ଷ ରାସ୍ତାକଡ଼ ଦୋକାନୀ ଫେରିବାଲା ପ୍ରଭାବିତ ହୋଇଛନ୍ତି ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ହଜାର କୋଟି ଟଙ୍କାର ସ୍ୱତନ୍ତ୍ର ଋଣ ସ୍କିମ ଘୋଷଣା କରିଛନ୍ତି ଏହି ସ୍କିମ ସଂପର୍କରେ ସୂଚନା ଦେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଦେଶର ରାସ୍ତାକଡ଼ ଦୋକାନୀମାନେ ଲକଡାଉନ ଦ୍ୱାରା ବିଶେଷଭାବେ କ୍ଷତିଗ୍ରସ୍ତ ହୋଇଥିବା ସରକାର ଅବଗତ ଅଛନ୍ତି ଏହାକୁ ଦୃଷ୍ଟିରେ ରଖି ସରକାର ଆସନ୍ତା ଏକ ମାମ ମଧ୍ୟରେ ଏକ ସ୍ୱତନ୍ତ୍ର ଋଣ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି ଏହି ସ୍କିମ ମାଧ୍ୟମରେ ରାସ୍ତାକଡ଼ ଦୋକାନୀମାନଙ୍କୁ ୧୦ ହଜାର ଟଙ୍କାର ଚଳନ୍ତି ପୁଞ୍ଜି ପ୍ରଦାନ କରାଯିବ ଡିଜିଟାଲ ପେମେଣ୍ଟର ବ୍ୟବହାର କରୁଥିବା ଉଚିତ ସମୟରେ ଋଣ ପରିଶୋଧ କରୁଥିବା ଦୋକାନୀମାନଙ୍କୁ ସ୍ୱତନ୍ତ୍ର ପ୍ରେତ୍ସାହନ ପ୍ରଦାନ କରାଯିବ ଏହି ସ୍କିମ ଦ୍ୱାରା ଦେଶର ପ୍ରାୟ ୫୦ ଲକ୍ଷ ରାସ୍ତାକଡ଼ ଦୋକାନୀ ଉପକୃତ ହେବେ ଏହି ସ୍କିମ ମାଧ୍ୟମରେ ହଜାର କୋଟି ଟଙ୍କାର ନଗଦ ଅର୍ଥ ବଜାରକୁ ଆସିବ

 

15/05/2020

Leave a Reply

Your email address will not be published. Required fields are marked *

Comments