Bikash Khabar
ଏମିତି ସମ୍ବେଦନ ଆମ ପ୍ରଶାସନ, ମେଡ଼ିକାଲରେ ୨୪ ଘଣ୍ଟା ପଡ଼ି ରହିଲା ଶବ

କେନ୍ଦୁଝର ଜିଲ୍ଲାରୁ କାମ ଅନ୍ୱେଷଣରେ କେନ୍ଦ୍ରାପଡ଼ା ଆସି ପଟ୍ଟାମୁଣ୍ଡାଇରେ ରହୁଥିବା ଜନୈକ ୫୨ ବର୍ଷ ବୟସ୍କ ଜଙ୍ଗରାଇ ମୁଣ୍ଡାଙ୍କ ସୋମବାର ରାତି ୧୦ଟା ବେଳେ ପଟ୍ଟାମୁଣ୍ଡାଇ ମେଡ଼ିକାଲରେ ମୃତ୍ୟୁ ଘଟିଥିଲା । ଅର୍ଥାଭାବ ଯୋଗୁଁ ମେଡ଼ିକାଲରୁ ଶବକୁ ଘରକୁ ନେବାରେ ସକ୍ଷମ ହୋଇନପାରି ତାଙ୍କ ପତ୍ନୀ ଶବ ନିକଟରେ ଆର୍ଥିକ ସହାୟତା ପାଇଁ ଆକୁଳ ନିବେଦନ କରୁଥିବାର ବିକଳ ଚିତ୍ର ଦେଖିବାକୁ ମିଳିଥିଲା । ପତିର ଶବ ନିକଟରେ ସତ୍କାର ପାଇଁ ସହାୟତା ଦେବାକୁ ପତ୍ନୀର ଆକୁଳ ନିବେଦନ ଭଳି ଅଭାବନୀୟ ଦୃଶ୍ୟକୁ ମେଡ଼ିକାଲ କର୍ତ୍ତୃପକ୍ଷ ନୀରବ ଦର୍ଶକ ଭଳି ଦେଖି ଚାଲିଥିଲେ । ଖବର ପାଇ ଆଖ ପାଖ ଅଂଚଳର ଲୋକେ ମେଡ଼ିକାଲରେ ପହଂଚି ସହାୟତା ପ୍ରଦାନ କରୁଥିବା ଦେଖିବାକୁ ମିଳିଥିଲା ।

କେନ୍ଦୁଝର ଜିଲ୍ଲା ଦୁଦୁନାଳି ଗ୍ରାମର ଜଙ୍ଗରାଇ ମୁଣ୍ଡା ଓ ତାଙ୍କ ପତ୍ନୀ ପଟାମୁଣ୍ଡାଇ ଚାହାପଡ଼ା ଗ୍ରାମରେ ଦିନ ମଜୁରିଆ ଭାବେ କାମ କରୁଥିଲେ । ଜଙ୍ଗରାଇ ୨ ମାସ ଧରି ଜ୍ୱରରେ ପୀଡ଼ିତ ଥିଲେ । ଆର୍ଥିକ ସମସ୍ୟା କାରଣରୁ ତାଙ୍କୁ ଚିକିତ୍ସା ସେବା ମିଳିପାରିନଥିଲା । ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ମେଡ଼ିକାଲ ଅଣାଯାଇଥିଲା । ଡ଼ାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଜାଙ୍ଗରାଇଙ୍କ ପତ୍ନୀ ସ୍ୱେଚ୍ଛାସେବୀଙ୍କ ସହାୟତାରେ ୨୪ ଘଣ୍ଟା ପରେ ଶବକୁ ସତ୍କାର ପାଇଁ ନେଇଛନ୍ତି । 
 

14/11/2018

Leave a Reply

Your email address will not be published. Required fields are marked *

Comments