Bikash Khabar
୩୫ଟି ପିସିଆରରେ ମିଳିବ ଫାଷ୍ଟଏଡ଼୍ ସୁବିଧା

ସଡ଼କ ଦୁର୍ଘଟଣାରେ ଆହତମାନଙ୍କ ତୁରନ୍ତ ଚିକିତ୍ସା ହେଉକି ପଥଚାରୀ ମାନଙ୍କର ଅନ୍ୟ କିଛି ଦୁର୍ଘଟଣା, ଏଣିକି ଦୁର୍ଘଟଣା ସ୍ଥଳୀରେ ପହଂଚିଥିବା ପିସିଆର ଆଇନ ଶୃଙ୍ଖଳା, ଉଦ୍ଧାର ଓ ଡ଼ାକ୍ତରଖାନା ପ୍ରେରଣ ସହିତ ଆଉ ଏକ ସେବା ଯୋଗାଇବାକୁ ଯାଉଛି । ଦୁର୍ଘଟଣାଗ୍ରସ୍ତ ଆହତମାନଙ୍କୁ ପିସିଆର ଭ୍ୟାନ ପ୍ରାଥମିକ ଚିକିତ୍ସା ସେବା ଯୋଗାଇ ଦେବ । ଏଥିପାଇଁ ଅଭିମନ୍ୟୁ ସାମନ୍ତରାୟ ୱେଲ ଫେୟାର ସଂସ୍ଥା କମିସନରେଟ ପୋଲିସ ସହିତ ହାତ ମିଳାଇଛି ।

ଗତ ୨୦୧୮ରେ ପିସିଆର ୯୦ ପ୍ରତିଶତ ଦୁର୍ଘଟଣା ସ୍ଥଳରେ ପହଂଚି ଆହତମାନଙ୍କୁ ହସ୍ପିଟାଲ ଆଣିଛି । ୨ ହଜାରରୁ ଅଧିକ ଆହତକୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଇଛି । ଯେ ହେତୁ ପିସିଆର ଦୁର୍ଘଟଣା ସ୍ଥଳରେ ପହଂଚି ଆହତମାନଙ୍କୁ ହସ୍ପିଟାଲ ଆଣୁଛି ତେଣୁ ପିସିଆରରେ ଫାଷ୍ଟଏଡ଼୍ ସେବା ଆହତ ମାନଙ୍କୁ ସହାୟକ ହେବ ବୋଲି କୁହାଯାଉଛି । ୩୫ଟି ପିସିଆରରେ ଏହି ସେବାକୁ ଲାଗୁ କରାଯିବ ।

06/03/2019

Leave a Reply

Your email address will not be published. Required fields are marked *

Comments