Bikash Khabar
ଦିବ୍ୟାଙ୍ଗଙ୍କୁ ନେଇ ଦେଶର ପ୍ରଥମ ନ୍ୟୁଜ୍ ଚ୍ୟାନେଲ୍

ଗୁଜରାଟର ସୁରଟରେ ଦେଶର ପ୍ରଥମ ଦିବ୍ୟାଙ୍ଗଙ୍କୁ ନେଇ ନ୍ୟୁଜ ଚ୍ୟାନେଲ ଆରମ୍ଭ ହୋଇଛି । ନ୍ୟୁଜ ଆଙ୍କରଠୁ ନେଇ ସମସ୍ତ କର୍ମଚାରୀ ଦିବ୍ୟାଙ୍ଗ ହୋଇଥିବା ଜଣାଯାଇଛି । ଦକ୍ଷିଣ ଗୁଜରାଟରୁ ଏହାର ପ୍ରସାରଣ ଆରମ୍ଭ ହୋଇଥିବାବେଳେ ଆଗାମୀ କିଛି ଦିନ ମଧ୍ୟରେ ସାରା ଦେଶରେ ପ୍ରସାରଣ ହେବ ବୋଲି ଜଣାପଡ଼ିଛି ।

ଡ଼ିଜେବଲ ୱେଲଫେୟାର ଟ୍ରଷ୍ଟ ପକ୍ଷରୁ ଆରମ୍ଭ ହୋଇଥିବା ଏହି ବୈଦ୍ୟୁତିକ ନ୍ୟୁଜ୍ ଚ୍ୟାନେଲର ଯାବତୀୟ କାମ ଦିବ୍ୟାଙ୍ଗମାନେ କରିବେ । କର୍ମଚାରୀମାନଙ୍କ ନିଯୁକ୍ତି ଓ ପ୍ରଶିକ୍ଷଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ପ୍ରଶିକ୍ଷଣ ୬ ମାସ ଯାଏ ଚାଲିବ । ଏହା ପରେ ଏହି ଚ୍ୟାନେଲ ଦିବ୍ୟାଙ୍ଗ ମାନଙ୍କ ଦ୍ୱାରା ପରିଚାଳିତ ଚ୍ୟାନେଲ ଭାବେ ପରିଚିତି ପାଇବ । ଏହି ଚ୍ୟାନେଲରେ ସାମାଜିକ, ଆଧ୍ୟାତ୍ମିକ ରଚନାତ୍ମକ କାର୍ଯ୍ୟକ୍ରମ ଗୁଡ଼ିକ ପରିବେଷିତ ହେବା ସାଙ୍ଗକୁ ଜାତୀୟ ଆଂଚଳିକ ଓ ଆନ୍ତର୍ଜାତୀୟ ଖବର ପ୍ରସାରଣ କରାଯିବ । ମନୋରଞ୍ଜନ ନାଁରେ ଅଶ୍ଲିଳତାକୁ ଏଥିରେ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି ଚ୍ୟାନେଲ କାର୍ଯ୍ୟକ୍ରମ ନିର୍ଦ୍ଦେଶକ ନିଲେ ଶାହା କହିଛନ୍ତି । 
 

07/12/2018

Leave a Reply

Your email address will not be published. Required fields are marked *

Comments