Bikash Khabar
ଓଡ଼ିଶାରେ ପ୍ରଥମ, ରାଜଧାନୀରେ ଖୋଲିଲା ମହିଳା ବାସହୀନଙ୍କ ପାଇଁ ଆଶ୍ରୟ ସ୍ଥଳୀ

ବାସହୀନ ମହିଳାଙ୍କୁ ଆଶ୍ରା ଯୋଗାଇଦେବା ପାଇଁ ରାଜଧାନୀ ଭୁବନେଶ୍ୱରରେ ପ୍ରଥମ ଥର ପାଇଁ ଖୋଲିଛି ସ୍ୱତନ୍ତ୍ର ମହିଳା ବାସହୀନ ଆଶ୍ରୟ ସ୍ଥଳୀ । ପତିତା ଉଦ୍ଧାର ସମିତି ଓ ବିଏମସିର ସହଯୋଗରେ ଚନ୍ଦ୍ରଶେଖରପୁର ରାତ୍ରି ଆଶ୍ରୟସ୍ଥଳକୁ ସ୍ୱତନ୍ତ୍ର ବାସହୀନ ମହିଳା ଆଶ୍ରୟସ୍ଥଳୀ ଭାବେ ଘୋଷଣା କରାଯାଇଛି ।

ମେୟର ଅନନ୍ତ ନାରାୟଣ ଜେନା, ଡ଼େପୁଟି ମେୟର କେ.ଶାନ୍ତି କର୍ପୋରେଟର ମୋନାଲିସା ସାହୁ,  ଡ଼େପୁଟି କମିସନର ଶ୍ରୀମନ୍ତ ମିଶ୍ର ପ୍ରମୁଖ ଉଦଘାଟନ ଉତ୍ସବରେ ଯୋଗଦାନ କରି ରାଜଧାନୀରେ ରାତିରେ ହନ୍ତସନ୍ତ ହେଉଥିବା ମହିଳାଙ୍କ ସୁରକ୍ଷା ପାଇଁ ଏହି ଆଶ୍ରୟସ୍ଥଳ ଉର୍ଦ୍ଦିଷ୍ଟ ଓ ଏଥିରେ ୫୦ ଜଣ ମହିଳା ରହିପାରିବା ଭଳି ବ୍ୟବସ୍ଥା ହୋଇଥିବା ସୂଚନା ଦେଇଥିଲେ ।
ସଂପ୍ରତି ରାଜଧାନୀରେ ୭ଟି ଆଶ୍ରୟସ୍ଥଳ ରହିିଛି । ସେ ଗୁଡ଼ିକରେ ୩ ଶହରୁ ଅଧିକ ବାସହୀନ ରହୁଛନ୍ତି । ଏହି ଆଶ୍ରୟସ୍ଥଳୀ ଗୁଡ଼ିକୁ ବର୍ଗୀକରଣ କରାଯିବ । ସବୁଠି ମହିଳା, ମାନସିକ ବିକୃତ ନିଶାସେବନକାରୀ ରହିପାରିବେ ନାହିଁ । ସେମାନଙ୍କୁ ପୃଥକ ପୃଥକ ଯାଗାରେ ଥଇଥାନ କରାଯିବ । ରାଜଧାନୀରେ ପ୍ରଥମ କରି ମହିଳା ରାତ୍ରି ଆଶ୍ରୟସ୍ଥଳ ଖୋଲା ଯାଇଥିବାବେଳେ ଆଗାମୀ ଦିନରେ ଭିନ୍ନକ୍ଷମ ବୟସ୍କ, ମାନସିକ ବିକୃତ ବର୍ଗଙ୍କ ପାଇଁ ପୃଥକ ରାତ୍ରି ଆଶ୍ରୟସ୍ଥଳର ପରିଚାଳନା କରାଯିବ । ରାଜଧାନୀର ମୋଟ ୭ଟି ଆଶ୍ରୟସ୍ଥଳୀ ମଧ୍ୟରୁ ପତିତା ଉଦ୍ଧାର ସମିତି ୫ଟି ଓ ବିକାଶ ନାମକ ଏକ ସଂସ୍ଥା ୨ଟି ଆଶ୍ରୟସ୍ଥଳ ପରିଚାଳନା କରୁଛନ୍ତି । 
 

11/01/2019

Leave a Reply

Your email address will not be published. Required fields are marked *

Comments