Bikash Khabar
କ୍ୟାପିଟାଲ ହସପିଟାଲରେ ଖୋଲିବ ରାଜ୍ୟର ପ୍ରଥମ ମିଲକ ବ୍ୟାଙ୍କ

କ୍ୟାପିଟାଲ ହସପିଟାଲରେ ଖୋଲିବ ପ୍ରଥମ ମିଲକ ବ୍ୟାଙ୍କ । ଏଥିରେ ମା ମାନେ ନିଜ ଶିଶୁଙ୍କ ପାଇଁ କ୍ଷୀର ସଂରକ୍ଷଣ କରି ରଖିପାରିବେ । ଏଭଳି ଏକ ନମୁନା ପ୍ରକଳ୍ପ ଚଳିତ ବର୍ଷ ଶେଷ ସୁଦ୍ଧା କାର୍ଯ୍ୟକ୍ଷମ ହେବାକୁ ଯାଉଛି ।

କ୍ୟାପିଟାଲ ହସ୍ପିଟାଲର ଶିଶୁ ୱାର୍ଡ଼ ସନ୍ନିକଟରେ ଶିଶୁ ଫିଡ଼ିଙ୍ଗ ବା ଆଇଏୱାଇଏଫ୍ କାଉନସେଲିଂ ସେଣ୍ଟର କାର୍ଯ୍ୟକ୍ଷମ ହୋଇଛି । ଏଥିରେ ଜନ୍ମରୁ ୬ ମାସ ପର୍ଯ୍ୟନ୍ତ ଶିଶୁଙ୍କୁ ସ୍ୱତନ୍ତ୍ର ସ୍ତନ୍ୟପାନ ଉପରେ ଗୁରୁତ୍ୱ ଦିଆଯାଉଛି । ପରବର୍ତୀ ସମୟରେ ଏହି କେନ୍ଦ୍ରକୁ ମିଲକ ବ୍ୟାଙ୍କରେ ପରିଣତ କରିବା ପାଇଁ ଯୋଜନା ରହିଛି । ଜାତୀୟ ସ୍ୱାସ୍ଥ୍ୟ ମିସନ ଜରିଆରେ ଏହି ବ୍ୟାଙ୍କ ଖୋଲିବ । ଏହି ବ୍ୟାଙ୍କରେ ମା ମାନେ ନିଜ କ୍ଷୀରକୁ ସଂରକ୍ଷିତ ରଖିପାରିବେ ।
ସହରରେ ରହୁଥିବା ମା ମାନେ ଡ଼ବା କ୍ଷୀରକୁ ବିକଳ୍ପ ଭାବେ ବ୍ୟବହାର କରୁଥିବାରୁ ମା ଓ ଶିଶୁଙ୍କ ପ୍ରତି ବିପଦ ରହୁଛି । ସ୍ତନ୍ୟପାନ ପାଇଁ ଉତ୍ସାହିତ ଦିଗରେ ଏହି ବ୍ୟାଙ୍କ ସହାୟକ ହୋଇପାରିବେ । କ୍ୟାପିଟାଲ ହସ୍ପିଟାଲକୁ ଆସୁଥିବା ଯେଉଁ ମା ମାନେ ଅସୁସ୍ଥ ଅଛନ୍ତି ଓ ସେମାନଙ୍କ ଶିଶୁ କ୍ଷୀର ଖାଇ ପାରୁନାହାନ୍ତି ସେମାନେ ହିଁ କ୍ଷୀର ରଖିପାରିବେ । କ୍ଷୀର ଅଦଳ ବଦଳ ନହେବା ପାଇଁ ରକ୍ତ ପରୀକ୍ଷା ହେବ । କୋଲକାତା, ମୁମ୍ବାଇ, ହାଇଦ୍ରାବାଦରେ ଏଭଳି ମିଲକ ବ୍ୟାଙ୍କ ରହିଛି ।

05/03/2019

Leave a Reply

Your email address will not be published. Required fields are marked *

Comments