Bikash Khabar
ଗୁଜରାଟରେ ହେଲା ପ୍ରଥମ ରୋବଟ ସହାୟତାରେ ହାର୍ଟ ସଜରୀ

ଅହମ୍ମଦାବାଦ ଠାରେ ଥିବା ଆପେକ୍ସ ହାର୍ଟ ଇନଷ୍ଟିଚ୍ୟୁଟରେ ଜଣେ ରୋଗୀଙ୍କ ସର୍ଜରୀ ଚାଲିଥିଲା । ଡ଼ାକ୍ତର କିନ୍ତୁ ଥିଲେ ରୋଗୀଠାରୁ ୩୨ କିମି ଦୂରରେ । ଗାନ୍ଧୀନଗରର ଏକ ମନ୍ଦିର ଭିତରେ ବସି ଡ଼ାକ୍ତର ଏହି ଜଟିଳ ଅସ୍ତ୍ରୋପଚାରର ପରିଚାଳନା କରୁଥିଲେ । ରୋବଟ ସହାୟତାରେ ବୁଧବାର ହୋଇଥିବା ଏହି ଅସ୍ତ୍ରୋପଚାର ବିଶ୍ୱର ପ୍ରଥମ ଘଟଣା ଥିଲା ।

ଗୁଜରାଟର ଖ୍ୟାତନାମା ହାର୍ଟ ବିଶେଷଜ୍ଞ ଡ଼ାକ୍ତର ତେଜସ ପଟେଲଙ୍କୁ ମିଳିଛି ଏଭଳି ସଫଳତା । ୩୨ କିମି ଦୂରରେ ଡ଼ାକ୍ତର ପଟେଲ ରୋବଟ ଦ୍ୱାରା ଏହି ଐତିହାସିକ ଅସ୍ତ୍ରୋପଚାର କରାଇ ମହିଳା ରୋଗୀଜଣଙ୍କର ଜୀବନ ବଂଚାଇ ଦେଇଛନ୍ତି । ଡ଼ା ପଟେଲ ମହିଳାଙ୍କ ଧମନୀରୁ ରୋବଟ ଦ୍ୱାରା ବ୍ଲକେଜ ବାହାର କରି ଷ୍ଟେଣ୍ଟ ଲଗାଇଥିଲେ ।
ରୋବଟକୁ ନିର୍ଦ୍ଦେଶ ଦେବା ପାଇଁ ସେ ୨୦ ଏମବିପିଏସ ଲାଇନ ବ୍ୟବହାର କରିପାରିଥାନ୍ତେ, କିନ୍ତୁ କରିଥିଲେ ୧୦୦ ଏମବିପିଏସ । ୩୨ କିମି ଦୂରରେ କମ୍ପ୍ୟୁଟରରେ ଡ଼ାକ୍ତରଙ୍କ ନିର୍ଦ୍ଦେଶକୁ ମାନୁଥିଲା ରୋବର୍ଟର ହାତ । ଅସ୍ତ୍ରୋପଚାର ପାଇଁ ଚାପରେ ଥିବାରୁ ମାନସିକ ଶାନ୍ତି ପାଇଁ ଡ଼ା ପଟେଲ ଗାନ୍ଧୀ ନଗରର ଅକ୍ଷରଧାମ ମନ୍ଦିରକୁ ବାଛିଥିଲେ ।
 

07/12/2018

Leave a Reply

Your email address will not be published. Required fields are marked *

Comments