Bikash Khabar
କେନ୍ଦ୍ରାପଡ଼ା ଦେଖିଲା ପ୍ରଥମ ସମଲିଙ୍ଗୀ ବାହାଘର

କେନ୍ଦ୍ରାପଡ଼ା ଜିଲ୍ଲାର ଇତିହାସରେ ଘଟିଛି ପ୍ରଥମ ଘଟଣା । ଶନିବାର ଜିଲ୍ଲାର ଦୁଇ ଯୁବତୀ ପରସ୍ପରକୁ ବିବାହ କରିଛନ୍ତି । ଏହି ବିବାହ ପାଇଁ ସାମାଜିକ ସ୍ୱିକୃତି ଥାଉ କି ନଥାଉ ଆଇନ କିନ୍ତୁ ସାଥ୍ ଦେଇଛି । କେନ୍ଦ୍ରାପଡ଼ା ନୋଟାରୀ ଆଶୁତୋଷ ମହାନ୍ତିଙ୍କ ସମ୍ମୁଖରେ ସତ୍ୟପାଠ କରି ଏହି ଦୁଇ ଯୁବତୀ ପରସ୍ପରକୁ ଜୀବନ ସାଥୀ ଭାବେ ଗ୍ରହଣ କରିନେଇଛନ୍ତି ।

ମହାକାଳପଡ଼ା ବ୍ଲକ ତନ୍ତିଆପାଳ ଗ୍ରାମର ୨୭ ବର୍ଷର ସାବିତ୍ରୀ ଓ ପଟ୍ଟାମୁଣ୍ଡାଇ ଥାନା ଶ୍ରୀରାମପୁର ଗ୍ରାମର ମୋନାଲିସା(୨୮) ସହପାଠୀରୁ ସହକର୍ମୀ ଓ ଏବେ ଜୀବନସାଥୀ ହୋଇଛନ୍ତି । ଦୀର୍ଘ ଦିନର ବନ୍ଧୁତାରୁ ପ୍ରେମ ଓ ପ୍ରେମ ପରେ ଏବେ ବିବାହକୁ ନେଇ ଉଭୟ ସାବିତ୍ରୀ ଓ ମୋନାଲିସା ଖୁସି ପ୍ରକଟ କରିଛନ୍ତି ।

13/01/2019

Leave a Reply

Your email address will not be published. Required fields are marked *

Comments