Bikash Khabar
ଭାରତର ଏହି ଗାଁରେ ପଡ଼ିଥାଏ ସୂର୍ଯ୍ୟଙ୍କ ପ୍ରଥମ କିରଣ

ଆମେ ସମସ୍ତେ ଜାଣନ୍ତି ଯେ ଉତ୍ତର ପୂର୍ବ ରାଜ୍ୟରେ ହିଁ ସର୍ବ ପ୍ରଥମେ ସୂର୍ଯ୍ୟଦେୟ ହୋଇଥାଏ । ସୂର୍ଯ୍ୟଙ୍କ ପ୍ରଥମ କିରଣ ଏହି ସାତଭଉଣୀ ରାଜ୍ୟରେ ପଡ଼ିଥାଏ ।
କିନ୍ତୁ ଅରୁଣାଚଳ ପ୍ରଦେଶରେ ଏଭଳି ଏକ ଗାଁ ଅଛି ଯେଉଁଠି ପ୍ରଥମେ ସୂର୍ଯ୍ୟଙ୍କ କିରଣ ପଡ଼ିଥାଏ । ଗାଁଟିର ନାମ ହେଉଛି ଦାଙ୍ଗ । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଏହି ଛୋଟ ଗାଁଟି ସମୁଦ୍ର ପତ୍ତନଠାରୁ ୪୦୭୦ ଫୁଟ ଉଚ୍ଚରେ ରହିଛି । ଭୋର ୪ଟାରେ ଏଠାରେ ସୂର୍ଯ୍ୟୋଦୟର ମନୋମୁଗ୍ଧକର ଦୃଶ୍ୟ ଦେଖିବାକୁ ମିଳିଥାଏ ।
ପ୍ରଥମ ସୂର୍ଯ୍ୟାଲୋକ ଓ ଆଭାରେ ସୌନ୍ଦର୍ଯ୍ୟ ବିମଣ୍ଡିତ ଏହି ଗାଁକୁ ଦେଖିବା ପାଇଁ ଦେଶ ବିଦେଶରୁ ପର୍ଯ୍ୟଟକମାନେ ଏଠାକୁ ଆସିଥାନ୍ତି । ଏହି ଗାଁର ଏକ ମୁଣ୍ଡିଆ ଉପରେ ଠିଆ ହୋଇ ସୂର୍ଯ୍ୟାଲୋକ ଦେଖନ୍ତି । ଲୋହିତ ନଦୀ ଏବଂ ସତୀ ନଦୀର ମିଳନ ସ୍ଥଳରେ ଅବସ୍ଥିତ ଏହି ଗାଁର ସମୁଦାୟ ଲୋକ ସଂଖ୍ୟା ୩୫ । ସେମାନେ ୩-୪ଟି ପରିବାରର । ୧୯୬୨ରେ ଭାରତ ଓ ଚୀନ ମଧ୍ୟରେ ହୋଇଥିବା ଯୁଦ୍ଧ ଏହି ଗାଁ ନିକଟରେ ଲଢା ଯାଇଥିଲା । 
 

16/09/2018

Leave a Reply

Your email address will not be published. Required fields are marked *

Comments