Bikash Khabar
ହଜିଯାଉଥିବା ହସ୍ତଶିଳ୍ପକୁ ନେଇ ପ୍ରଦର୍ଶନୀ

ମିଳୁଛି ପ୍ରାକୃତିକ ଜିନିଷର ଭଳିକି ଭଳି ସାମଗ୍ରୀ । ହଜି ଯାଉଥିବା ହସ୍ତଶିଳ୍ପର ଅନନ୍ୟ ସମ୍ଭାରକୁ ନେଇ ରାଜଧାନୀରେ ଖୋଲିଛି ପ୍ରଦର୍ଶନୀ । ୧୩ ତାରିଖ ଠାରୁ  ପ୍ରଥମ ଥର ପାଇଁ ଓଡ଼ିଶାରେ ଆରମ୍ଭ ହୋଇଛି ପ୍ରାକୃତିକ ତନ୍ତୁ ଓ ଲୁପ୍ତ ପ୍ରାୟ ହସ୍ତଶିଳ୍ପ ପ୍ରଦର୍ଶନୀ ।

ଗଛର ଚେର, ଅଦରକାରୀ କାଠରୁ ସୁନ୍ଦର ଘର ସଜ୍ଜା ସାମଗ୍ରୀ ପ୍ରଦର୍ଶନୀରେ ସ୍ଥାନ ପାଇଛି । ଟି-ପଏ ଉପରେ ସଜାଇ ରଖିଲା ଭଳି କାଠ ପାତ୍ର ସମେତ ପେନ ଷ୍ଟାଣ୍ଡ, ମୋବାଇଲି ଷ୍ଟାଣ୍ଡ ମଧ୍ୟ ଉପଲବ୍ଧ ହେଉଛି । କେବଳ କାଠ ନୁହେଁ ପ୍ରଦର୍ଶନୀରେ ସ୍ଥାନ ପାଇଛି କଳା ମୁଗୁନି ପଥର, ରାଜସ୍ଥାନ ପଥର, ଗ୍ରାନାଇଟ, ମାର୍ବଲ ଓ ଖଡ଼ି ପଥର ଆଦିରେ ପ୍ରସ୍ତୁତ ଶିଳ ପୁଆ, ଚନ୍ଦନ ପେଡ଼ି, ଶିଳ, ଚକି, ବେଲଣା ପେଡ଼ା , ଦୀପ, ଧୂପଦାନୀ, ହେମଦସ୍ତା ଆଦି ପ୍ରଦର୍ଶିତ ହୋଇଛି । 
ହସ୍ତ ଓ କୁଟୀର ଶିଳ୍ପ ବିଭାଗ ପକ୍ଷରୁ ଆୟୋଜିତ ଏହି ପ୍ରଦର୍ଶନୀର ଆଗୁଆ ପ୍ରଚାର ପ୍ରସାର ନହେବାରୁ ଷ୍ଟଲ ସବୁ ଫାଙ୍କା ରହୁଥିବା ଦେଖାଯାଉଛି ।

18/03/2019

Leave a Reply

Your email address will not be published. Required fields are marked *

Comments