Bikash Khabar
ଚିଲିକାରେ ମାଛ ସଂଗ୍ରହାଳୟ,କରୋନା ସ୍ଥିତି ସୁଧାର ପରେ ଛାତ୍ରଛାତ୍ରୀଙ୍କ ପାଇଁ ୪ମାସ ମାଗଣା ପ୍ରବେଶ

ଚିଲିକାର ମତ୍ସ୍ୟ ସମ୍ପଦକୁ ଚିହ୍ନିବାର ଅବକାଶ ଆଣିବ ମାଛ ସଂଗ୍ରହାଳୟ ବଡ଼କୂଳରେ ନିର୍ମିତ ମାଛ ସଦୃଶ ସଂଗ୍ରହାଳୟର ଆକ୍ବାରିୟମରେ ୮୦ ପ୍ରଜାତିର ମାଛ, କଙ୍କଡ଼ା ଚିଙ୍ଗୁଡ଼ି ଦେଖିବାକୁ ମିଳିବ। ଚିଲିକାର ଐଶ୍ବର୍ଯ୍ୟ ମତ୍ସ୍ୟ ଭଣ୍ଡାର ସମ୍ପର୍କରେ ପର୍ଯ୍ୟଟକ ଛାତ୍ରଛାତ୍ରୀଙ୍କୁ ଜ୍ଞାନ ବାଣ୍ଟିବା ଲାଗି ଚିଲିକା ଉନ୍ନୟନ ପ୍ରାଧିକରଣ (ସିଡିଏ) ଏହି ନିଆରା ସୃଷ୍ଟି। ସଂପ୍ରତି ଚିଲିକାରେ ୩୩୦ ପ୍ରଜାତିର ମାଛ ୧୨ ପ୍ରଜାତିର ଚିଙ୍ଗୁଡ଼ି ରହିଥିବା େଳେ ୨ଲକ୍ଷ ମତ୍ସ୍ୟଜୀବୀଙ୍କ ରୋଜଗାରର ମୁଖ୍ୟ ଆୟୁଧ ପାଲଟିଛି। କେବଳ ଚିଲିକାରୁ ୨୦ ପ୍ରତିଶତ ସାମୁଦ୍ରିକ ମତ୍ସ୍ୟ ଓଡ଼ିଶା ମଧ୍ୟରୁ ବାହାରକୁ ରପ୍ତାନି କରାଯାଉଛି। ଏହି ସମ୍ପଦକୁ ପ୍ରତୀକ ରୂପରେ ପରିଚିତ କରାଇବା ପାଇଁ ସଂଗ୍ରହାଳୟ ପରିକଳ୍ପନା କରାଯାଇଛି ବୋଲି ସିଡିଏର ମୁଖ୍ୟ କାର୍ଯ୍ୟନିର୍ବାହୀ ସୁଶାନ୍ତ ନନ୍ଦ କହିଛନ୍ତି। ଶ୍ରୀ ନନ୍ଦଙ୍କ ସୂଚନା ମୁତାବକ, ପାଖାପାଖି ୮ଶହ ବର୍ଗଫୁଟ ପରିମିତ ଜାଗାରେ ଏହା ପ୍ରତିଷ୍ଠା ହୋଇଛି। ଜଣେ ଅନ୍ତର୍ଜାତୀୟ ଡିଜାଇନର ଏହାର ରୂପରେଖ ପ୍ରସ୍ତୁତ କରିଥିବା େଳେ ଭାରତ ସରକାରଙ୍କ ଅନୁଦାନରେ ଏହା ନିର୍ମିତ ହୋଇଛି। ଏହି ପରିସରରେ ବଡ଼ କାଚ ଜାର୍ମାନଙ୍କରେ ୫କେଜିଆ ଖଇଙ୍ଗାଠାରୁ ନେଇ କେଜିଆ ଚିଙ୍ଗୁଡ଼ି ଭଳି ବ୍ୟାବସାୟିକ ଗୁରୁତ୍ବ ବହନ କରୁଥିବା ୮୦ଟି ପ୍ରଜାତିର ମାଛ, କଙ୍କଡ଼ା ଚିଙ୍ଗୁଡ଼ି ଦେଖିବାର ସୁଯୋଗ ମିଳିବ।

13/07/2020

Leave a Reply

Your email address will not be published. Required fields are marked *

Comments