Bikash Khabar
ୱାଲମାର୍ଟ ଇଣ୍ଡିଆକୁ କିଣିଲା ଫ୍ଲିପକାର୍ଟ, ଆସନ୍ତା ମାସରୁ ‘ଫ୍ଲିପକାର୍ଟ ହୋଲସେଲ’କାର୍ଯ୍ୟାରମ୍ଭ ସୂଚନା

ଭାରତର ଅଗ୍ରଣୀ -କମର୍ସ କମ୍ପାନୀ ଫ୍ଲିପକାର୍ଟ ଗ୍ରୁପ୍ ୱାଲମାର୍ଟ ଇଣ୍ଡିଆକୁ କିଣିଛି। ଫ୍ଲିପକାର୍ଟ ୱାଲମାର୍ଟ ଇଣ୍ଡିଆର ୧୦୦% ଅଂଶଧନ ହାସଲ କରିଛି ଏହା ସହିତ ଫ୍ଲିପକାର୍ଟ ଏକ ନୂତନ ଡିଜିଟାଲ ମାର୍କେଟପ୍ଲେସ୍ ଫ୍ଲିପକାର୍ଟ ହୋଲସେଲ ମଧ୍ୟ ଆଣିବାକୁ ଯାଉଛି। ଫ୍ଲିପକାର୍ଟ ୱାଲମାର୍ଟ ଇଣ୍ଡିଆର ଶକ୍ତିଶାଳୀ ହୋଲସେଲ କ୍ଷମତାର ଲାଭ ଉଠାଇବା ସଙ୍ଗେ ସଙ୍ଗେ କମ୍ପାନୀର ଗ୍ରୋସରୀ(ତେଜରାତି) ବ୍ୟବସାୟକୁ ମଧ୍ୟ ମଜବୁତ କରିବ ଫ୍ଲିପକାର୍ଟ ଗ୍ରୁପ୍ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) କଲ୍ୟାଣ କୃଷ୍ଣମୂର୍ତ୍ତି କହିଛନ୍ତି, “ଫ୍ଲିପକାର୍ଟ ହୋଲସେଲ ଟେକ୍ନୋଲୋଜି, ଲଜିଷ୍ଟିକ୍ସ ଏବଂ ସମଗ୍ର ଭାରତରେ ଛୋଟ ବ୍ୟବସାୟକୁ ଆର୍ଥିକ ସହାୟତା ଦେବା ପାଇଁ ଏହାର ସାମର୍ଥ୍ୟ ବୃଦ୍ଧି କରିବ। ଫ୍ଲିପକାର୍ଟ ହୋଲସେଲ ୟୁନିଟ୍ ଅଗଷ୍ଟରେ ଲଞ୍ଚ ହେବ ଏବଂ ପ୍ରଥମେ ଗ୍ରୋସରୀ ଏବଂ ଫ୍ୟାଶନ୍ ବର୍ଗର ସେବା ଯୋଗାଇବ ଏଠାରେ ସୂଚନା ଥାଉ କି ପ୍ରାୟ ଦୁଇ ବର୍ଷ ପୂର୍ବେ ୱାଲମାର୍ଟ ଫ୍ଲିପକାର୍ଟକୁ ୧୬ ବିଲିୟନ ଡଲାରରେ ୭୭ ପ୍ରତିଶତ ଅଂଶଧନ କିଣିଥିଲା ୱାଲମାର୍ଟ ଇଣ୍ଡିଆ ତେଜରାତି ବ୍ୟବସାୟରେ ବ୍ୟାପକ ମୁନାଫା କମାଉଥିବା ବେଳେ ଏହାର ଶତପ୍ରତିଶତ ଅଂଶଧନ କିଣି -କମର୍ସ କମ୍ପାନୀ ଫ୍ଲିପକାର୍ଟ ନିଜର ବ୍ୟାବସାୟିକ ସାମ୍ରାଜ୍ୟ ବିସ୍ତାର କରିବାର ଲକ୍ଷ ରଖିଛି

24/07/2020

Leave a Reply

Your email address will not be published. Required fields are marked *

Comments