Bikash Khabar
ଫୁଲରେ ମହକୁଛି ଏକାମ୍ର କାନନ

ପ୍ଲାଣ୍ଟ ଲଭର୍ସ ଆସୋସିଏସନ ଓ ରିଜିଓନାଲ ପ୍ଲାଣ୍ଟ ରିସୋର୍ସ ସେଣ୍ଟରର ମିଳିତ ଉଦ୍ୟମରେ ଜାନୁଆରୀ ୧୨ ତାରିଖ ଶନିବାରଠାରୁ ଆୟୋଜିତ ହେଉଛି ବାର୍ଷିକ ପୁଷ୍ପ ପ୍ରଦର୍ଶନୀ । ଦୁଇଦିନ ଚାଲିବାକୁ ଥିବା ଏହି ପ୍ରଦର୍ଶନୀ ଆଜି ରବିବାର ଉଦଯାପିତ ହେବ । ଏହି ପ୍ରଦର୍ଶନୀକୁ ଉଦଘାଟନ କରି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକୃତିର ଶ୍ରେଷ୍ଠ ଅବଦାନ ଫୁଲ ଏବେ ମନୋରଞ୍ଜନ, ଜୀବିକା, ରୋଗରୁ ମୁକ୍ତି, ପୂଜାପାଠରେ ବ୍ୟବହୃତ ସାଙ୍ଗକୁ ଚିତ୍ତ ବିନୋଦନର ମାଧ୍ୟମ ସାଜିଛି । ଫୁଲଟିଏ ଦେଖିଲେ କିଏ ବା ଖୁସି ନହୁଏ । ଉଦ୍ୟାନ ମିଶନ ରାଜ୍ୟରେ ଫୁଲଚାଷର ବ୍ୟାପକ ସମ୍ଭାବନା ସୃଷ୍ଟି କରିଥିବା ସେ ସୂଚାଇଥିଲେ ।

ସହରରେ ଫୁଲ ପ୍ରେମୀଙ୍କ ସଂଖ୍ୟା ବଢି ବଢି ଚାଲିଛି । ବିିଭିନ୍ନ ପାର୍କ ଓ ଖୋଲାଯାଗା ଗୁଡ଼ିକ ସମେତ ଲୋକେ ନିଜ ବାଲକୋନି, ର୍ଟେରାସରେ ଫୁଲ  ଲଗାଇ ଶୋଭା ବର୍ଦ୍ଦନ କରାଉଛନ୍ତି । ସହରରେ ପ୍ରତିବର୍ଷ ଜାନୁଆରୀରେ ଆୟୋଜିତ ଫୁଲ ପ୍ରଦର୍ଶନୀରେ ଫୁଲପ୍ରେମୀ ଚାଷୀ, ଦର୍ଶକ ଓ ବିଭାଗୀୟ ଅଧିକାରୀମାନଙ୍କ ମହାମିଳନ ଘଟୁଛି । ଚଳିତ ବର୍ଷ ୨୦ଟି ଅନୁଷ୍ଠାନ ସହ ୪୫ ଜଣ ବ୍ୟକ୍ତିଗତ ପ୍ରତିଯୋଗୀ ସାମିଲ ହୋଇଛନ୍ତି । ମୋଟ ୩୦୦ ପ୍ରଜାତିର ଫୁଲ ପ୍ରଦର୍ଶିତ ହେଉଛି ।

13/01/2019

Leave a Reply

Your email address will not be published. Required fields are marked *

Comments