Bikash Khabar
କେବଳ ଝୋଟ ଅଖାରେ ରହିବ ଖାଦ୍ୟ ଶସ୍ୟ, ଉପକୃତ ହେବେ ଝୋଟ ଚାଷୀ ଓ ଶ୍ରମିକ

କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଏଣିକି ଖାଦ୍ୟ ଶସ୍ୟ କେବଳ ଝୋଟ ଅଖାରେ ମହଜୁଦ ରହିବ । ଏହି ନିଷ୍ପତ୍ତି ଫଳରେ ଝୋଟ ବସ୍ତାରେ ସାମଗ୍ରୀ ପ୍ୟାକେଜିଂ ଆଇନ ୧୯୮୭ର ପରିସରକୁ ସଂପ୍ରସାରିତ କରାଯାଇଛି ।

ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ଦେଶରେ ୩ଲକ୍ଷ ୭୦ ହଜାର ଶ୍ରମିକ ଉପକୃତ ହେବେ । ଝୋଟ ଶିଳ୍ପ ଆଗକୁ ବଢିବା ସହିତ ଝୋଟ ଚାଷୀମାନେ ଜୀବିକା ପାଇପାରିବେ । ଲକ୍ଷାଧିକ କୃଷକ ଝୋଟ ଚାଷ କରି ସେମାନଙ୍କ ପରିବାରର ଗୁଜୁରାଣ ମେଣ୍ଟାଇଥାନ୍ତି ।
ସରକାର ଖାଦ୍ୟ ଶସ୍ୟ ସଂରକ୍ଷଣ ପାଇଁ ପ୍ରତିବର୍ଷ ୬୫୦୦ କୋଟିରୁ ଊଦ୍ଧ୍ୱର୍ ଟଙ୍କାର ଝୋଟ ଅଖା କିଣିଥାନ୍ତି । ଏହି ନିଷ୍ପତ୍ତି ଫଳରେ ଓଡ଼ିଶା, ପଶ୍ଚିମବଙ୍ଗ, ବିହାର, ଆସାମ, ଆନ୍ଧ୍ରପ୍ରଦେଶ, ମେଘାଳୟ ଓ ତ୍ରିପୁରାର କୃଷକ ଓ ଶ୍ରମିକମାନେ ବିଶେଷ ଭାବେ ଉପକୃତ ହୋଇପାରିବେ । 
 

23/11/2018

Leave a Reply

Your email address will not be published. Required fields are marked *

Comments