Bikash Khabar
ଅଙ୍ଗଦାନ ଅଭିଯାନକୁ ମିଳିଲା ନୁଆ ବଳ, ଗ୍ରୀନ କରିଡ଼ର ଦେଲା ଦୁଇଟି ନୁଆ ଜୀବନ

କୋଲକାତା ବିମାନ ବନ୍ଦର ଠାରୁ ୨୨ କିମି ଦୂର ଫୋର୍ଟିସ ହସ୍ପିଟାଲରେ ହାର୍ଟ ଟ୍ରାନ୍ସ ପ୍ଲାଣ୍ଟ ଅପେକ୍ଷାରେ ଥିଲେ ଜଣେ ରୋଗୀ । ସେପଟେ ଆନ୍ଧ୍ରପ୍ରଦେଶ ରାଜମହେନ୍ଦ୍ରିର ଜଣେ ବ୍ୟକ୍ତିଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା । ମୃତକଙ୍କ ସଂପର୍କିୟ ହୃଦୟ ଦାନ ପାଇଁ ନିଷ୍ପତ୍ତି ନେବା ପରେ ମେଡ଼ିକାଲ ଓ ଟ୍ରାଫିକ ସମ୍ଭାଳୁଥିବା ପୋଲିସ ଦେଖାଇଲେ ତତ୍ପରତା । ମୃତକଙ୍କ ହୃଦୟକୁ ରାଜମହେନ୍ଦ୍ରୀ ଠାରୁ ଏକ ବିମାନରେ କୋଲକାତା ଅଣାଗଲା । ବିମାନ ବନ୍ଦର ଠାରୁ ସଲ୍ଟଲେକ ଠାରେ ଥିବା ଫୋର୍ଟିସ ହସ୍ପିଟାଲର ୨୨ କିମି ଦୂରତାକୁ ମାତ୍ର ୨୪ ମିନିଟ ମଧ୍ୟରେ ଅତିକ୍ରମ କରି ପହଂଚିଗଲା ହୃଦୟ ଥିବା ଆମ୍ବୁଲାନ୍ସ । କୋଲକାତା ଟ୍ରାଫିକ ପୋଲିସ ଆମ୍ବୁଲାନ୍ସର ଗତିରେ ବାଧା ନହେବା ଭଳି ଗ୍ରୀନ କରିଡ଼ର ସୃଷ୍ଟି କରିଥିଲା । ଜନଗହଳିପୂର୍ଣ୍ଣ ରାସ୍ତାରେ ବିଧା ବାଧାରେ ଆମ୍ବୁଲାନ୍ସ ପହଂଚିଯିବା ପରେ ଆରମ୍ଭ ହୋଇଥିଲା ସର୍ଜରୀ । ସମୀରନ ଦତ୍ତ ନାମକ ରୋଗୀ ପାଇଥିଲେ ନୁଆ ଜୀବନ ।
ସେହିପରି ସମାନ ଘଟଣା ଘଟିଥିଲା ସୋମବାର ସକାଳେ । ପାଟଣାର ଇନ୍ଦିରାଗାନ୍ଧୀ ଇନଷ୍ଟିଚ୍ୟୁଟ ଅଫ ମେଡ଼ିକାଲ ସାଇନ୍ସରେ ଜଣେ ୧୯ ବର୍ଷର ଯୁବକ ଦୁର୍ଘଟଣାର ଶିକାର ହୋଇ ବ୍ରେନ ଡ଼େଡ଼୍ ଘୋଷିତ ହୋଇଥିଲେ । ସେପଟେ ହାୱଡ଼ାର ରାକ୍ଷୀ ମଣ୍ଡଳ ଆର ଏନ କାର୍ଡ଼ିଆକ୍ ସାଇନ୍ସସେସରେ ହୃଦୟର ଅପେକ୍ଷାରେ ଥିଲେ । ପାଟଣାକୁ ଏକ ବିମାନରେ ହୃଦୟ ପହଂଚିବା ପରେ ଖୁବ୍ କମ୍ ସମୟ ମଧ୍ୟରେ ପ୍ରତିରୋପଣ କରାଯାଇଥିଲା । ୨୪ ଘଣ୍ଟା ଭିତରେ ଅଙ୍ଗଦାନ ଅଭିଯାନକୁ ଏମିତି ନୁଆ ଇତିହାସରେ ସଜେଇ ଥିଲା କୋଲକାତା । 
 

26/09/2018

Leave a Reply

Your email address will not be published. Required fields are marked *

Comments