Bikash Khabar
ଏଣିକି ଗାଁ ସ୍ତରରୁ ପ୍ରସ୍ତୁତ ହେବ ତଥ୍ୟ, ଅଙ୍ଗନବାଡ଼ି କର୍ମୀଙ୍କୁ ଦିଆଯିବ ଟାବଲେଟ ଓ ଫୋନ

ଭୁବନେଶ୍ୱର, ମେ ୧୯ :  କେନ୍ଦ୍ରସରକାରଙ୍କ ଜାତୀୟ ପୋଷଣ ମିଶନ ଜରିଆରେ ରାଜ୍ୟରେ କାର୍ଯ୍ୟରତ ଅଙ୍ଗନବାଡ଼ିକର୍ମୀଙ୍କୁ ଟାବଲେଟ ଓ ଫୋନ ଯୋଗାଇ ଦିଆଯିବ । କେନ୍ଦ୍ରସରକାରଙ୍କ ପକ୍ଷରୁ ଏଥିପାଇଁ ଏକ କମନ ଆପ୍ଲିକେଶନ ସଫ୍ଟୱେୟାର ପ୍ରସ୍ତୁତ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ୧୧ଟି ଜିଲ୍ଲାରେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ବେଳେ ଏବେ ୨୫ଟି ଜିଲ୍ଲାକୁ ଏହାକୁ ବୃଦ୍ଧି କରାଯାଇଛି । ପ୍ରାୟ ୫୦/୬୦ ହଜାର ଅଙ୍ଗନାବାଡ଼ିକର୍ମୀଙ୍କୁ ଟାବଲେଟ ଓ ଫୋନ ଦିଆଯିବ । ଟାବଲେଟ ଓ ଫୋନ ଜରିଆରେ ଅଙ୍ଗନବାଡ଼ିକର୍ମୀମାନେ ସଂଗ୍ରହ କରୁଥିବା ରେକର୍ଡ଼ର ଡ଼ିଜିଟାଇଜେସନ ହୋଇପାରିବ । ପୂର୍ବରୁ ବ୍ଲକ ସ୍ତରରେ ଅଙ୍ଗନବାଡ଼ିକର୍ମୀଙ୍କ କାର୍ଯ୍ୟର ରେକର୍ଡ଼ ରହୁଥିଲା । ମାତ୍ର ଏବେ ତୃଣମୂଳ ସ୍ତରରୁ ସିଧାସଳଖ ରାଜ୍ୟରେ ଥିବା ମୁଖ୍ୟ ସର୍ଭରରେ ସଂଗୃହୀତ ରେକର୍ଡ଼ ପହଂଚିବ । ପୋଷଣକୁ ନେଇ ମହିଳାଙ୍କୁ ସଚେତନ କରାଯିବା ଓ ସେମାନଙ୍କ ଜୀବନ ଚର୍ଯ୍ୟାରେ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ରସରକାର ଓ ରାଜ୍ୟସରକାର ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଜରିଆରେ ଅଙ୍ଗନବାଡ଼ିକର୍ମୀମାନଙ୍କ ସାମର୍ଥ୍ୟ ଗଠନକୁ ପ୍ରାଥମିକତା ଦେଉଛନ୍ତି । 

19/05/2018

Leave a Reply

Your email address will not be published. Required fields are marked *

Comments