Bikash Khabar
ଟ୍ରେନ ଯାତ୍ରୀଙ୍କୁ ଏହି ରୁଟରେ ମିଳିବ ମାଗଣା ବସ୍ ଯାତ୍ରା ସୁବିଧା

ଦୁଇଟି ରୁଟରେ ଟ୍ରେନ ଯାତ୍ରୀମାନଙ୍କୁ ମାଗଣାରେ ବସ୍ ଯାତ୍ରା ପାଇଁ ସୁବିଧା ଦେଉଛି ପୂର୍ବତଟ ରେଳପଥ । ଭୁବନେଶ୍ୱର-ପୁରୀ ଏବଂ ଖୋର୍ଦ୍ଧା ରୋଡ଼ ଠାରୁ ପୁରୀ ଯାଉଥିବା ଟ୍ରେନ ଯାତ୍ରୀମାନଙ୍କୁ ମାଗଣା ବସ୍ ସେବା ଯୋଗାଇ ଦିଆଯିବ ।
ପୁରୀ ଏକ ତୀର୍ଥସ୍ଥଳୀ । ଏଠାକୁ ଦୈନିକ ୧୫ ହଜାରରୁ ଊଦ୍ଧ୍ୱର୍ ବ୍ୟକ୍ତି ଟ୍ରେନ ଦ୍ୱାରା ଆସିଥାନ୍ତି । ଷ୍ଟେସନର ନବୀକରଣ କାର୍ଯ୍ୟ ଆରମ୍ଭ ହେଉଥିବାରୁ ସେପ୍ଟେମ୍ବର ୧୪ ତାରିଖଠାରୁ ୨୪ ତାରିଖ ଯାଏ ପୁରୀ ଟ୍ରେନଗୁଡ଼ିକ ମଧ୍ୟରୁ ୧୪ଟି ଟ୍ରେନକୁ ବାତିଲ କରିଦେବା ସହ ୪ ଯୋଡ଼ା ଟ୍ରେନକୁ ସାମୟିକ ବାତିଲ କରିଛନ୍ତି । ସେହିପରି ହାୱଡ଼ା-ପୁରୀ, ଶତାବ୍ଦୀ ଏକ୍ସପ୍ରେସ, ୧୨୮୨୧ ହାୱଡ଼ା-ପୁରୀ ଏକ୍ସପ୍ରେସ, ୧୮୩୦୩ ସମ୍ବଲପୁର-ପୁରୀ ଏକ୍ସପ୍ରେସ ଏବଂ ୧୭୪୮୦ ତିରୁପତି -ପୁରୀ ଏକ୍ସପ୍ରେସକୁ ଆଂଶିକ ବାତିଲ କରାଯାଇଛି । ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ଯୋଗୁଁ ଟ୍ରେନ ଗୁଡ଼ିକ ବାତିଲ ଓ ଆଂଶିକ ବାତିଲ ହୋଇଥିବା ପରିପ୍ରେକ୍ଷୀରେ ଟ୍ରେନଯାତ୍ରୀମାନଙ୍କ ପାଇଁ ଭୁବନେଶ୍ୱର ଓ ଖୋର୍ଦ୍ଧା ରୋଡ଼ରୁ ପୁରୀ ପାଇଁ ମାଗଣା ବସ୍ ଯାତ୍ରାର ବ୍ୟବସ୍ଥା କରାଯାଇଛି । 
 

14/09/2018

Leave a Reply

Your email address will not be published. Required fields are marked *

Comments