Bikash Khabar
ଫେବୃଆରୀ ପହିଲାରୁ ସମସ୍ତଙ୍କୁ ମାଗଣାରେ ସ୍ୱାସ୍ଥ୍ୟସେବା

ରାଜ୍ୟ ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମିଳୁଥିବା ସୁବିଧା ସୁଯୋଗକୁ ଆଉ ଟିିକିଏ ବିସ୍ତାର କରିଛନ୍ତି । ଆସନ୍ତା ଫେବୃଆରୀ ପହିଲାରୁ ରାଜ୍ୟର ସମସ୍ତ ୫୬ଟି ରକ୍ତ ଭଣ୍ଡାରରୁ ଆବଶ୍ୟକୀୟ ରକ୍ତ ମାଗଣାରେ ମିଳିବ । ଆଗରୁ ପ୍ରୋସେସିଂ ଫିସ ବାବଦରେ ୫୦୦ରୁ ୧୦୦୦ ଟଙ୍କା ଯାଏଁ ଦେବାକୁ ପଡ଼ୁଥିଲା । ପୂର୍ବରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମାଗଣା ଚିକିତ୍ସା କେବଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଉପଖଣ୍ଡ ଚିକିତ୍ସାଳୟରେ ମିଳୁଥିଲା । ବଡ଼ ମେଡ଼ିକାଲରେ ଏ ସୁବିଧା ରୋଗୀଙ୍କୁ ମିଳିପାରୁନଥିଲା । ନୁଆ ବ୍ୟବସ୍ଥାରେ ସବୁ ମେଡ଼ିକାଲ କଲେଜକୁ ସ୍ୱାସ୍ଥ୍ୟସେବା ଦେବାରେ ସାମିଲ କରାଯାଇଛି । ବିଜୁ କୃଷକ କଲ୍ୟାଣ ଯୋଜନା, ରାଷ୍ଟ୍ରୀୟ କୃଷି ବୀମା ଯୋଜନା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ଼ଧାରୀଙ୍କୁ ମାଗଣା ରକ୍ତ ସହ ମାଗଣା ଚିକିତ୍ସା ସୁବିଧା ଗତବର୍ଷ ଅଗଷ୍ଟ ୧୫ ତାରିଖଠାରୁ ଲାଗୁ ହୋଇଛି ।  ଏସବୁ କାର୍ଡ଼ଧାରୀଙ୍କ ପରିବାରରେ ମାତ୍ର ୫ଜଣ ସଦସ୍ୟଙ୍କୁ ଏ ସୁବିଧା ଉପଲବ୍ଧ ହେଉଥିଲା । ଏବେ ନିମ୍ନ ଆୟକାରୀ ବର୍ଗ ଆୟ ପ୍ରମାଣ ପତ୍ର ଦେଖାଇ ଘରୋଇ ମେଡ଼ିକାଲରେ ମାଗଣା ଚିକିତ୍ସା ପାଇପାରିବେ ବୋଲି କୁହାଯାଇଛି ।

18/01/2019

Leave a Reply

Your email address will not be published. Required fields are marked *

Comments