Bikash Khabar
ସହରାଞ୍ଚଳ ଶୌଚାଳୟରେ ମାଗଣା ସେବା

 ରାଜ୍ୟରେ ସହରାଞ୍ଚଳରେ ଥିବା ସାର୍ବଜନୀନ ଶୌଚାଳୟ ଗୋଷ୍ଠୀ ଶୌଚାଳୟଗୁଡ଼ିକରେ ଆଉ ୟୁଜର୍ସ ଫିଆଦାୟ ହେବନି। ଲୋକମାନେ ମାଗଣାରେ ଏହି ସେବା ପାଇପାରିବେ। ଟଙ୍କା କାରବାରରେ ସଂକ୍ରମଣର ଆଶଙ୍କା ରହିଥିବାରୁ ନଗର ଉନ୍ନୟନ ବିଭାଗ ଏମିତି ନିଷ୍ପତ୍ତି ନେଇଛି। ଆଜି ବିଭାଗ ପକ୍ଷରୁ ସମ୍ପର୍କରେ ସମସ୍ତ ପୌରସଂସ୍ଥାକୁ ଜଣାଇ ଦିଆଯାଇଛି। ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଜି ମାଥିଭାଥାନନ୍ଲେଖିଥିବା ଚିଠିରେ ଦର୍ଶାଇଛନ୍ତି, ସହରାଞ୍ଚଳଗୁଡ଼ିକରେ ଥିବା ଶୌଚାଳୟଗୁଡ଼ିକର ପରିଚାଳନା ଭାର ଆଉଟ୍ସୋର୍ସିଂ ଏଜେନ୍ସିକୁ ଦିଆଯାଇଛି। ସେଠାରେ ସେମାନେ ଶୌଚ ଗାଧୋଇବା ପାଇଁ ଲୋକଙ୍କ ଠାରୁ ୟୁଜର୍ସ ଫିବାବଦରେ ୨ରୁ ୧୦ ଟଙ୍କା ପର୍ଯ୍ୟନ୍ତ ଆଦାୟ କରନ୍ତି। ବର୍ତ୍ତମାନର କରୋନା ମହାମାରୀ ସମୟରେ ଶୌଚାଳୟ କମ୍ପ୍ଲେକ୍ସରେ ଟଙ୍କା ଆଦାନପ୍ରଦାନ ବିପଦପୂର୍ଣ୍ଣ ଏଥିରେ ସଂକ୍ରମଣର ଆଶଙ୍କା ରହିଛି। ୟୁଜର୍ସ ଫି ଆଦାୟ କରା ଗଲେ ମଧ୍ୟ ଶୌଚାଳୟର ସ୍ବଚ୍ଛତାରେ ଆଦୌ ସାଲିସ୍କରାଯିବ ନାହିଁ। ସ୍ଥାନୀୟ ପୌରସଂସ୍ଥା ଏହି ଖର୍ଚ୍ଚ ବହନ କରିବ। ଯଦି ଆଉଟ୍ସୋର୍ସିଂ ଏଜେନ୍ସି ମାଗଣା ସେବା ଯୋଗାଇବାକୁ ମନା କରିବେ, ତେବେ ସେମାନଙ୍କୁ ହଟାଯାଇସ୍ବୟଂ ସହାୟକ ଗୋଷ୍ଠୀ ଅନ୍ୟାନ୍ୟ ସଂସ୍ଥା ଦ୍ବାରା ଶୌଚାଳୟଗୁଡ଼ିକୁ ପରିଚାଳନା କରାଯାଇପାରିବ। ମହାମାରୀ ଆଇନ୍ରେ ଥିବା ବ୍ୟବସ୍ଥା ଅନୁଯାୟୀ ପୌରସଂସ୍ଥା କର୍ତ୍ତୃପକ୍ଷମାନେ ଏହି ପଦକ୍ଷେପ ନେଇପାରିବେ। ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ନୂଆ ବ୍ୟବସ୍ଥା ବଳବତ୍ତର ରହିବ ବୋଲି ପ୍ରମୁଖ ସଚିବ ଜଣାଇଛନ୍ତି।

28/05/2020

Leave a Reply

Your email address will not be published. Required fields are marked *

Comments