Bikash Khabar
ରଥଯାତ୍ରା ସମୟରେ ପୁରୀରେ ସୁଲଭ ଶୌଚାଳୟ ବ୍ୟବହାର ମାଗଣା

 ରଥଯାତ୍ରାରେ ପୁରୀକୁ ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁ ପୁରୀକୁ ଆସିଥାନ୍ତି । ଏହି ସମୟରେ ସ୍ୱଚ୍ଛତା ଓ ପରିମଳ ସବୁଠୁ ବଡ଼ ଆହ୍ୱାନ ହୋଇଥାଏ । ଏହାକୁ ଦୃଷ୍ଟିରେ ରଖି ପୁରୀ ମହାନଗର ନିଗମ ପକ୍ଷରୁ ପରିଚାଳିତ ସର୍ବସାଧାରଣ ଶୌଚାଳୟ ଗୁଡ଼ିକୁ ତିନିଦିନ ପାଇଁ ନିଶୁଳ୍କ ଘୋଷଣା କରାଯାଇଛି । ରଥଯାତ୍ରା ପୂର୍ବଦିନ, ରଥଯାତ୍ରା ଓ ବାହୁଡ଼ା ଯାତ୍ରା ଆଦି ୩ଦିନ କୌଣସି ସୁଲଭ ଶୌଚାଳୟ ଓ ସର୍ବସାଧାରଣ ଶୌଚାଳୟ ଗୁଡ଼ିକରୁ ଶୁଳ୍କ ଆଦାୟ କରାଯିବ ନାହିଁ ବୋଲି ଜିଲ୍ଲାପାଳଙ୍କ ପୌରହିତ୍ୟରେ ଆୟୋଜିତ ସ୍ୱତନ୍ତ୍ର ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ସେହିପରି ବିଭିନ୍ନ ଧାତବ୍ୟ ସଂସ୍ଥା ଓ ଅନ୍ୟମାନଙ୍କ ଜରିଆରେ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କୁ ବିତରିତ ହେଉଥିବା ପାଣି ପାଉଚକୁ ସୀମିତ ଓ କମ୍ ବ୍ୟବହାର କରିବା ପାଇଁ ପରାମର୍ଶ ଦିଆଯାଇଛି । ଅତ୍ୟଧିକ ପାଣି ପାଉଚ ବ୍ୟବହାର ବଡ଼ଦାଣ୍ଡକୁ ପୂତିଗନ୍ଧମୟ କରାଇବା ସହ ଜଳ ନିର୍ଗମନ ନଳା ଗୁଡ଼ିକୁ ଅବରୋଧ କରାଇଥାଏ । ରଥଯାତ୍ରା ସମୟରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାକୁ କ୍ରିୟାଶୀଳ କରିବା ପାଇଁ ବ୍ୟାପକ ପଦକ୍ଷେପ ନିଆଯାଇଛି । ଟାଙ୍କି ଗୁଡ଼ିକ ସଫା କରାଯାଇଛି । ଅସ୍ଥାୟୀ ଟାଙ୍କି ମହଜୁଦ କରାଯାଇଛି । 

03/07/2018

Leave a Reply

Your email address will not be published. Required fields are marked *

Comments