Bikash Khabar
ଆଜିଠାରୁ ରାଜଧାନୀରେ ମିଳିବ ୱାଇଫାଇ ସେବା

ପୁରୁଷ ବିଶ୍ୱକପ୍ ହକି ପାଇଁ ସଜେଇ ହେଉଛି ରାଜଧାନୀ । କେଉଁଠି ଚିତ୍ର ଅଙ୍କା ଚାଲିଛି ତ କେଉଁଠି ସଡ଼କ ପାଉଛି ନୁଆରୂପ । ଏ ପରିପ୍ରେକ୍ଷୀରେ ଆଜି ମଧ୍ୟାହ୍ନରୁ ଭୁବନେଶ୍ୱର ସହରକୁ ୱାଇଫାଇର ସଂଯୋଗ ଯୋଡ଼ାଯିବ । ବିଏମସି ଅଂଚଳରେ ଲୋକଙ୍କୁ ମାଗଣାରେ ଇଣ୍ଟରନେଟ ସୁବିଧା ମିଳିବ ।

ପୁରା ରାଜଧାନୀକୁ ୱାଇଫାଇ ସହର କରିବା ପାଇଁ ୫୦୦ଟି ୱାଇଫାଇ ସ୍ପଟ ନିର୍ମାଣ ହେବ । ଏଥିରେ ଇଣ୍ଟରନେଟ ବ୍ୟବହାରକାରୀଙ୍କୁ ୨ଏମବିପିଏସ ସ୍ପିଡ଼ରେ ଇଣ୍ଟରନେଟ ବ୍ୟବହାରର ସୁଯୋଗ ମିଳିବ । ବ୍ୟବହାରକାରୀମାନେ ୫୦ ଏମବି ଡ଼ାଟା ବ୍ୟବହାର କରିପାରିବେ ।
ପ୍ରଥମ ପର୍ଯ୍ୟାୟରେ ୧୦୦ଟି ୱାଇଫାଇ ସ୍ପଟ ଲୋକାର୍ପିତ ହେବାକୁ ଥିବାରୁ ସମଗ୍ର ବିଏମସିବାସୀ ମାଗଣା ୱାଇଫାଇ ସେବା ପାଇପାରିବେ ନାହିଁ । ଗୋଟିଏ ହଟସ୍ପଟ ଅଧିନରେ ସର୍ବାଧିକ ୧୫୦ ଜଣ ଇଣ୍ଟରନେଟ ବ୍ୟବହାର କରିପାରିବେ । କିଟ୍ ଛକରୁ ରାଜଭବନ, ଆଚାର୍ଯ୍ୟ ବିହାରରୁ ଏଜି ଛକ, ଶିଶୁ ଭବନରୁ ବାଣୀ ବିହାର, ନାଲକୋ ଛକରୁ ଆଚାର୍ଯ୍ୟ ବିହାର ପର୍ଯ୍ୟନ୍ତ ୱାଇଫାଇ ସେବା ଉପଲବ୍ଧ ହେବ । ୧୫୦୦୦ ଇଣ୍ଟରନେଟ ବ୍ୟବହାରକାରୀ ଏ ସେବା ପାଇପାରିବେ । 
 

05/11/2018

Leave a Reply

Your email address will not be published. Required fields are marked *

Comments