Bikash Khabar
ଜୁନ ପହିଲାରୁ ସମୁଦ୍ରରୁ ମାଛ ଧରିପାରିବେ ମତ୍ସ୍ୟଜୀବୀ

 ଜୁନ୍ପହିଲାରୁ ପୂର୍ବ ଉପକୂଳ ସାମୁଦ୍ରିକ ଜଳସୀମାରେ ମାଛ ଧରିପାରିବେ ମତ୍ସ୍ୟଜୀବୀ। ଏନେଇ ଅନୁମତି ଦେଇଛି ରାଜ୍ୟ ମତ୍ସ୍ୟ ପ୍ରାଣୀ ସମ୍ପଦ ବିକାଶ ବିଭାଗ। ଗୁରୁବାର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଥିବାବେଳେ ମତ୍ସ୍ୟ ସମ୍ପଦର ସୁପରିଚାଳନା ସହ ମତ୍ସ୍ୟଜୀବୀଙ୍କ ଆର୍ଥିକ ମେରୁଦଣ୍ଡକୁ ସୁଦୃଢ଼ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି। ଲକ୍ଡାଉନ୍ଯୋଗୁ ସମୁଦ୍ରରେ ମାଛ ମାରି ଜୀବିକା ନିର୍ବାହ କରୁଥିବା ମତ୍ସ୍ୟଜୀବୀମାନେ ହାତବାନ୍ଧି ବସିଥିଲେ।ଏଠି ସହିତ ସାମୁଦ୍ରିକ ଅଲିଭ ରିଡ଼ଲେ କଇଁଛ ଙ୍କ ଗଣ ଅଣ୍ଡାଦାନ ପାଇଁ ମଧ୍ୟ ସମୁଦ୍ର ତଟରେ ମାଛ ମାରିବା ଦିଗରେ କଡା କଟକଣା ଥିଲା ଜୁନ ପହିଲାରୁ ଏହି କଟକଣା ପ୍ରତ୍ୟାହୃତ ହେଉଥିବା ଖବର ପାଇ ପେଣ୍ଠକଟା ନୋଳିଆ ସାହିରେ ଖୁସି ପ୍ରକାଶ ପାଇଛି।  

29/05/2020

Leave a Reply

Your email address will not be published. Required fields are marked *

Comments