Bikash Khabar
ଜୁନ୍‌ରୁ ସିଏପିଏଫ୍ କ୍ୟାଣ୍ଟି‌ନରେ କେବଳ ସ୍ବଦେଶୀ ସାମଗ୍ରୀ ବିକ୍ରି ହେବ

 ଆସନ୍ତା ଜୁନ୍ ପହିଲାରୁ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳ (ସିଏପିଏଫ୍‌) କ୍ୟାଣ୍ଟିନ୍ଗୁଡ଼ିକରେ କେବଳ ଦେଶରେ ଉତ୍ପାଦିତ ସାମଗ୍ରୀ ବିକ୍ରି ହେବ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଏହି ସୂଚନା ଦେଇଛନ୍ତି। ସିଏପିଏଫ୍ କ୍ୟାଣ୍ଟିନ ଅଧୀନରେ ସିଆର୍ପିଏଫ୍, ବିଏସ୍ଏଫ୍, ସିଆଇଏସ୍ଏଫ୍, ଆଇଟିବିପି, ଏସ୍ଏସ୍ବି, ଏନ୍ଏସ୍ଜି ଆସାମ ରାଇଫଲ୍ କ୍ୟାଣ୍ଟିନ ଗୁଡ଼ିକ ଆସୁଛି। ଏହି କ୍ୟାଣ୍ଟିନ ଗୁଡ଼ିକ ମିଳିତଭାବେ ବର୍ଷକୁ ପ୍ରାୟ ୨୮୦୦ କୋଟି ଟଙ୍କାର ସାମଗ୍ରୀ ବିକ୍ରି କରିଛନ୍ତି। ସିଏପିଏଫ୍ ପ୍ରାୟ ୧୦ ଲକ୍ଷ ସଦସ୍ୟଙ୍କ ସମେତ ସେମାନଙ୍କର ୫୦ ଲକ୍ଷ ସଦସ୍ୟ ଏହାଦ୍ବାରା ଉପକୃତ ହୋଇଥାନ୍ତି। ଦେଶକୁ ଆତ୍ମନିର୍ଭରଶୀଳ କରିବା ଲାଗି ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିବା ପରେ ଗୃହମନ୍ତ୍ରୀ ଅମିତ ଶାହ ଆଜି ଏହି ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ ପରେ ଗୃହ ମନ୍ତ୍ରାଳୟ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।

14/05/2020

Leave a Reply

Your email address will not be published. Required fields are marked *

Comments