Bikash Khabar
ତାଳଗୁଡ଼କୁ ଜିଆଇ ଟ୍ୟାଗ ମିଳିଲେ ବଢିବ ବିକ୍ରୀ

ରାଜ୍ୟରେ ପାରମ୍ପରିକ ଢଙ୍ଗରେ ପ୍ରସ୍ତୁତ ହେଉଛି ତାଳଗୁଡ଼ । ତାଳ ଓ ଖଜୁରୀ ରସକୁ ଗରମ କରି ଏହି ଗୁଡ଼ ପ୍ରସ୍ତୁତ କରାଯାଏ । ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ୨ହଜାର ଓ ଢେଙ୍କାନାଳର ୧ହଜାରରୁ ଅଧିକ ଚାଷୀ ତାଳ ଗୁଡ଼ ପ୍ରସ୍ତୁତ କରିନାହାନ୍ତି । ତାଳ ଗୁଡ଼ ଉତ୍ପାଦନକାରୀ ଚାଷୀଙ୍କ ଉନ୍ନତି ଓ ଗୁଡ଼ର ବିକ୍ରୀବଟ୍ଟା ପାଇଁ ରାଜ୍ୟରେ ୧୯୫୯ ଠାରୁ ତାଳଗୁଡ଼ ସମବାୟ ସଂଘ ଗଢା ଯାଇଛି । ଏହାର ଅଧିନରେ ଏବେ ୬୭ଟି ସମବାୟ ସଂସ୍ଥା କାର୍ଯ୍ୟ କରୁଛି । ତାଳଗୁଡ଼କୁ ଜିଆଇ ଟ୍ୟାଗ ପାଇଁ ଆବେଦନ କରିବାକୁ ଏବେ ପ୍ରସ୍ତୁତ ହେଉଛି ରାଜ୍ୟ । ଯଦି ଏହା ଜିଆଇ ଟ୍ୟାଗ ପାଏ ତେବେ ଏହାର ଖ୍ୟାତି ବଢିବା ସହ ବଜାର ସୁଯୋଗ ପାଇବ ବୋଲି ଆଶା ପୋଷଣ କରାଯାଇଛି ।

ତାଳଗୁଡ଼ ଡ଼ିସେମ୍ବରରୁ ମାର୍ଚ୍ଚ ମାସ ମଧ୍ୟରେ ତିଆରି କରାଯାଏ । ଜାଳେଣି କାଠ ଜରିଆରେ ଚାଷୀମାନେ ଏହାକୁ ପ୍ରସ୍ତୁତ କରିଥାନ୍ତି । ଏହାର ରଙ୍ଗ ଓ ସ୍ୱାଦ ସ୍ୱତନ୍ତ୍ର । ଏଥିରେ ଗ୍ଲାଇସେମିକ୍ସ ଇଣ୍ଡେକ୍ସ ୫୫ରୁ କମ୍ ରହିଥିବାରୁ ମଧୁମେହ ରୋଗୀ ଏହାକୁ ଖାଇପାରିବେ । ଏଥିରେ ରଙ୍ଗ କିମ୍ବା ସଂରକ୍ଷଣ ପାଇଁ ରାସାୟନିକ ଦ୍ରବ୍ୟ ମିଶା ଯାଇନଥାଏ । ଜିଆଇ ଟ୍ୟାଗର ମାନ୍ୟତା ପାଇଁ ତାଳଗୁଡ଼ ସଂଘ ଓ ସିଟିଟିସି ପକ୍ଷରୁ ଏକାଧିକ ଥର ବୈଠକ ହୋଇଥିବା ଜଣାଯାଇଛି । 
 

16/11/2018

Leave a Reply

Your email address will not be published. Required fields are marked *

Comments