Bikash Khabar
ଅତ୍ୟାବଶ୍ୟକ ଦ୍ରବ୍ୟ ଉପରେ ଜିଏସଟି ୧୮ ପ୍ରତିଶତରୁ ଅଧିକ ହେବନି-ମୋଦି

ଲୋକସଭା ନିର୍ବାଚନ ପୂର୍ବରୁ ସରକାର ଜିଏସଟିରେ ବଡ଼ ଧରଣର ଉପଶମ ଦେବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏହି କଥାର ସଙ୍କେତ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ମୋଦି ମଙ୍ଗଳବାର ସୂଚନା ପ୍ରଦାନ କରି କହିଛନ୍ତି ଯେ ଅତ୍ୟାବଶ୍ୟକ ଭାବେ ବ୍ୟବହାର ହେଉଥିବା ୯୯ ପ୍ରତିଶତ ଦ୍ରବ୍ୟକୁ ୧୮ ପ୍ରତିଶତ ବା ତା ଠାରୁ କମ୍ ଜିଏସଟି ସ୍ଲାବ ଭିତରେ ରଖାଯିବ ।

ଜିଏସଟିକୁ ଅଧିକ ସରଳ କରାଯିବ । ପ୍ରାରମ୍ଭିକ ପର୍ଯ୍ୟାୟରେ ଏହା ରାଜ୍ୟର ଉପଲବ୍ଧ ଭାଟ ଓ ଉତ୍ପାଦ ଶୁକ୍ଲ ଆଧାରରେ ପ୍ରସ୍ତୁତ କରାଯାଇଥିଲା । କିନ୍ତୁ ପରବର୍ତ୍ତି ସମୟରେ ଆଲୋଚନା କରାଯାଇ ପୁରା ବ୍ୟବସ୍ଥାରେ ପରିବର୍ତ୍ତନ ଅଣାଯାଇଛି ବୋଲି ଏକ କାର୍ଯ୍ୟକ୍ରମକୁ ସମ୍ଭୋଧିତ କରି କହିଛନ୍ତି ମୋଦି । ଡ଼ିସେମ୍ବର ୨୨ରେ ହେବାକୁ ଥିବା ଜିଏସଟି କାଉନସିଲ୍ ବୈଠକରେ ଏ ପ୍ରସଙ୍ଗକୁ ନେଇ ନିଷ୍ପତ୍ତି ନିଆଯିବ । ସିମେଣ୍ଟ, କମ୍ପ୍ୟୁଟର ମନିଟର ଏବଂ ପାୱାର ବ୍ୟାଙ୍କ ଭଳି ଦ୍ରବ୍ୟ ଗୁଡ଼ିକରେ ୨୮ ପ୍ରତିଶତ ଜିଏସଟି ବଦଳରେ ୧୮ ପ୍ରତିଶତକୁ କମାଇ ଦିଆଯିବ । କାଉନସିଲ ପାଂଚ କୋଟି ଟଙ୍କାର ନେଣଦେଣକାରୀଙ୍କ ପାଇଁ ସିଙ୍ଗଲ ରିଟର୍ଣ୍ଣର ବ୍ୟବସ୍ଥା ଘୋଷଣା କରିପାରନ୍ତି ।
 

19/12/2018

Leave a Reply

Your email address will not be published. Required fields are marked *

Comments