Bikash Khabar
ଚାରି ବର୍ଷ ପରେ ଫେରିଲା ଗାନ୍ଧୀ ଶାନ୍ତି ପୁରସ୍କାର

୪ବର୍ଷ ବ୍ୟବଧାନ ପରେ ଗାନ୍ଧିଶାନ୍ତି ପୁରସ୍କାର ଘୋଷଣା କରାଯାଇଛି ରାଷ୍ଟ୍ରପତି ଭବନର ଦରବାର ହଲରେ ଗାନ୍ଧି ଶାନ୍ତି ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ପୁରସ୍କାର ପ୍ରଦାନ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତ ଥିଲେ।ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି  ଉପସ୍ଥିତ ଥିଲେ 

 ୨୦୧୫ ବର୍ଷ ପାଇଁ କନ୍ୟାକୁମାରୀର ବିବେକାନନ୍ଦ କେନ୍ଦ୍ର, ୨୦୧୬ ବର୍ଷ ପାଇଁ ଯୁଗ୍ମ ରୂପେ ଅକ୍ଷୟ ପାତ୍ର ଫାଉଣ୍ଡେସନ୍ ସୁଲଭ ଇଣ୍ଟନ୍ୟାସନାଲ୍କୁ ଗାନ୍ଧି ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଛି ସେହିଭଳି ୨୦୧୭ ବର୍ଷ ପାଇଁ ଏକାଲ ଅଭିଯାନ ଟ୍ରଷ୍ଟ ୨୦୧୮ ମସିହା ପାଇଁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ସଦ୍ଭାବନା ଦୂତ ତଥା ଜାପାନର ଗାନ୍ଧିବାଦୀ ନେତା ୟୋହି ସସ୍କାୱାଙ୍କୁ ମିଳିଛି ଭାରତ ସମେତ ବିଶ୍ୱର କୋଣ ଅନୁକୋଣରେ କୁଷ୍ଠ  ରୋଗର ନିରାକରଣ ପାଇଁ ଉଲ୍ଳେଖନୀୟ ଅବଦାନ ପାଇଁ ୟୋହିଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଉଛି ମହାତ୍ମା ଗାନ୍ଧୀଙ୍କ ବିଚାର କୁ ପ୍ରଚାର ପ୍ରସାର କରିବା ଆଭିମୁଖ୍ୟ ନେଇ ୧୯୫୦ ରେ ଏହି ପୁରସ୍କାର ପରିକଳ୍ପନା ହୋଇଥିଲା

ସାମାଜିକ, ଅର୍ଥନୀତିକ ଏବଂ ରାଜନୀତିକ ସଂସ୍କାର କ୍ଷେତ୍ରରେ କାର୍ୟ୍ୟ କରୁଥିବା ଅନୁଷ୍ଠାନ କିମ୍ବା ବ୍ୟକ୍ତିବିଶେଷଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଏ। ବିଜେତାଙ୍କୁ ଚୟନ କରୁଥିବା ଜୁରି କମିଟିରେ ଭାରତର ପ୍ରଧାନମନ୍ତ୍ରୀ, ବିରୋଧୀ ଦଳ ନେତା, ସୁପ୍ରିମ୍କୋର୍ଟର ପ୍ରଧାନ ବିଚାରପତି ଏବଂ ଅନ୍ୟ ପ୍ରମୁଖ ବ୍ୟକ୍ତିତ୍ୱ ସଦସ୍ୟ ଥାଆନ୍ତି।

26/02/2019

Leave a Reply

Your email address will not be published. Required fields are marked *

Comments