Bikash Khabar
ନିଲାମ ହେଲା ଗାନ୍ଧୀଙ୍କ ଚିଠି, ସାଢେ ଚାରି ଲକ୍ଷରେ ନିଲାମୀ ଧରିଲେ ଆମେରିକୀୟ ବାସିନ୍ଦା

ମହାତ୍ମା ଗାନ୍ଧୀଙ୍କ ଦ୍ୱାରା ତାରିଖ ଦର୍ଶାଯାଇନଥିବା ଚିଠି ଆମେରିକାରେ ସାଢେ ଚାରିଲକ୍ଷ ଟଙ୍କାରେ ନିଲାମ କରାଯାଇଛି । ଏହି ସୂଚନା ଆମେରିକାର ଆର ଆର ଅକ୍ସନ ପକ୍ଷରୁ ମିଳିଛି ।
ଅକ୍ସନ ହାଉସ ପକ୍ଷରୁ ପ୍ରଦତ୍ତ ବିବୃତ୍ତିରେ କୁହାଯାଇଛି ଯେ ଏହି ଚିଠି ଗୁଜରାଟି ଭାଷାରେ ଲେଖାଯାଇଛି ଏବଂ ଏହା ଯଶବନ୍ତ ପ୍ରସାଦ ନାମକ ଜଣେ ବ୍ୟକ୍ତିକୁ ସମ୍ବୋଧିତ କରାଯାଇଛି ।
ଗାନ୍ଧୀ ଏହି ଚିଠିରେ ଚରଖାର ମହତ୍ତ୍ୱକୁ ଗୁରୁତ୍ୱ ଦେଇଛନ୍ତି । କହିଛନ୍ତି ଚରଖା ଗୁରୁତ୍ୱପୂର୍ଣ୍ଣ ସାଧନ । କାହିଁକି ନା ଆମ ପାଇଁ ଏକ । ସେ ଏହାକୁ ଆର୍ଥିକ ସ୍ୱାଧିନତାର ପ୍ରତୀକ ଭାବେ ଗ୍ରହଣ କରି ସଫଳତା ହାସଲ କରିଛନ୍ତି । ସ୍ୱାଧୀନତା ସଂଗ୍ରାମ ସମୟରେ ଗାନ୍ଧୀ ଭାରତୀୟମାନଙ୍କୁ ଚରଖା ଚଲାଇବା ପାଇଁ ପ୍ରବର୍ତ୍ତାଇଥିଲେ । ସ୍ୱାଧୀନତା ପାଇଁ ଆନ୍ଦୋଳନର ଦିନ ଗୁଡ଼ିକରେ ଏହାକୁ ସମର୍ଥନ ଦେବା ସ୍ୱରୂପ ପ୍ରତିଦିନ ଖଦି ବୁଣିବା ଚାଲୁରଖିବା ଆବଶ୍ୟକ ବୋଲି ସେ ଏହି ଚିଠିରେ ଦର୍ଶାଇଥିଲେ । 
 

24/09/2018

Leave a Reply

Your email address will not be published. Required fields are marked *

Comments