Bikash Khabar
ସଜେଇ ହେଲାଣି ଗଞ୍ଜାମର ମୁଆଁ ବଜାର

ଗଞ୍ଜାମ ଜିଲ୍ଲା ସାରା ଏବେ ମୁଆଁର ମହକ । ଭଳି କି ଭଳି ମୁଆଁରେ ବଜାର ଭରିଯାଇଛି । ପାନ ଦୋକାନଠାରୁ ଆରମ୍ଭ କରି ଗ୍ରୋସରୀ ଦୋକାନରେ ବି ଥାକ ଥାକ ସଜା ହୋଇଛି ବିଭିନ୍ନ ଆକୃତିର ମୁଆଁ । ନଭେମ୍ବର ଠାରୁ (ଧନୁ ସଂକ୍ରାନ୍ତି)ରୁ ଜାନୁଆରୀ (ମକର ସଂକ୍ରାନ୍ତି) ଯାଏ ଜମିବ ମୁଆଁ ବେପାର । ଗଞ୍ଜାମ ମୁଆଁର ସ୍ୱାତନ୍ତ୍ରତା ରାଜ୍ୟ ତଥା ରାଜ୍ୟ ବାହାରକୁ ଲମ୍ବିଛି । ପଡ଼ୋଶୀ ଆନ୍ଧ୍ରପ୍ରଦେଶର ବେପାରୀମାନେ ଗଞ୍ଜାମ ମୁଆଁର ବହୁଳ କାରବାର କରିଥାନ୍ତି । ଗଞ୍ଜାମରେ କୋଟିଏ ଟଙ୍କାର ମୁଆଁ ବେପାର ହେଉଥିବା କୁହାଯାଏ ।

ଧାନ କଟା ହୋଇ ଖଳାକୁ ଆସିବା ପରେ ଧାନ ଗଦା ନିକଟରେ ଲକ୍ଷ୍ମୀ ନାରାୟଣ ବାସ କରନ୍ତି । ଏହା ନିକଟରେ ମୁଆଁ ପୂଜା କରିବାର ପରମ୍ପରା ରହିଛି । ନଭେମ୍ବରରେ ଧାନ କଟା ଆରମ୍ଭ ହେଲେ ବଜାରରୁ ମୁଆଁର ମହକ ଆସେ । ବଜାରରେ ୨୦୦ ଗ୍ରାମରୁ ୨କେଜି ଓଜନର ମୁଆଁ କେଜି ପ୍ରତି ୭୦ ଟଙ୍କାରୁ ୩୫୦ ଟଙ୍କା ଯାଏ ଦାମରେ ଉପଲବ୍ଧ ହୁଏ । ଚିନି, ବାଦାମ, କାଜୁ ଯୁକ୍ତ ମୁଆଁ ପୂଜା କରାଯିବା ସହ ବନ୍ଧୁବାନ୍ଧବଙ୍କୁ ଦିଆଯାଏ । ବ୍ରହ୍ମପୁର ସହରରେ ୨୦୦ରୁ ଅଧିକ ଦୋକାନରେ ମୁଆଁ କାରବାର ହେଉଥିବାବେଳେ ହିଞ୍ଜିଳିକାଟୁ, ଆସିକା, ଭଞ୍ଜନଗର, ଖଲ୍ଲିକୋଟ, ସୋରଡ଼ା, ଚିକିଟି, ଦିଗପହଣ୍ଡି, ଛତ୍ରପୁର, ରମ୍ଭା ଆଦି ବଜାରରେ ମୁଆଁ ବେପାର ଆରମ୍ଭରୁ ଯୋର ଧରିଥିବା କୁହାଯାଇଛି । 
 

10/12/2018

Leave a Reply

Your email address will not be published. Required fields are marked *

Comments