Bikash Khabar
ରାଜ୍ୟ ସରକାର ଓ ଆଇଆଇଟି-ତିରୁପତି ସହାୟତାରେ ଲୋକଙ୍କ ଗତିବିଧିକୁ ନଜର ରଖୁଛି ଜିଓକୋଭ-୧୯

 ରେଡ୍ଜୋନ୍ ସଂକ୍ରମଣ ଅବରୋଧ ଅଞ୍ଚଳରେ ଲୋକଙ୍କ ଗତିବିଧିକୁ ନଜର ରଖାଯାଉଛି। ଲୋକମାନଙ୍କ ଯାତାୟାତ ଉପରେ ସରକାର ନଜର ରଖିଛନ୍ତି। ଆଇଆଇଟି ତିରୁପତି ସହାୟତାରେ ରାଜ୍ୟ ସରକାର ଏଭଳି ଅଭିନବ ଉପାୟ ଆପଣାଇଛନ୍ତି। ଯଦିଓ ଏହାର ଉପଯୋଗିତା ଏବେ ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛି, ମାତ୍ର ଆଗାମୀ ଦିନରେ କରୋନା ନିୟନ୍ତ୍ରଣ ଦିଗରେ ଏହା ଯଥେଷ୍ଟ ସହାୟକ ହେବ ବୋଲି ଆଶା କରାଯାଉଛି। ଆଇଆଇଟି ତିରୁପତିର କମ୍ପ୍ୟୁଟର ସାଇନ୍ ବିଭାଗର କାଳିଦାସ ୟେତୁରୁଙ୍କ ନେତୃତ୍ବରେ ଏକ ଟିମ୍ ଆର୍ଟିଫିସିଆଲ ଇଣ୍ଟିଲିଜେନ୍ (ଏଆଇ) ସହାୟତାରେ ଲୋକଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ଏକ ସଫ୍ଟୱେୟାର ବିକଶିତ କରିଛନ୍ତି। ଯାହାର ନାମ ରହିଛି ଜିଓକୋଭି ୧୯। ଫେସ୍ବୁକ୍ବ୍ୟବହାରୀଙ୍କ ଲୋକେସନ୍ଜରିଆରେ ଲୋକଙ୍କ ଉପରେ ନଜର ରଖାଯାଉଛି। ଏଥିରେ ଲୋକମାନଙ୍କ ରିଏଲ ଟାଇମ୍ବା ନିର୍ଦ୍ଦିଷ୍ଟ ସମୟର ତଥ୍ୟ ମିଳିପାରୁଛି। ଏହି ତଥ୍ୟକୁ ବ୍ୟବହାର କରି ରୋଗ ପ୍ରତିରୋଧକ ମ୍ୟାପ୍ ପ୍ରସ୍ତୁତ କରାଯାଉଛି। ମୋବାଇଲ ଟ୍ରାକିଂ କରିବା ସମ୍ଭବ ନୁହେଁ, ଏଥିପାଇଁ ଅନେକ ସରକାରୀ କଟକଣା ରହିଛି। ମାତ୍ର ଫେସ୍ବୁକ୍ରେ ଲୋକମାନେ ଜିପିଏସ୍ରେ ନିଜର ଲୋକସନ୍ପ୍ରଦାନ କରିବା ପାଇଁ ଇଚ୍ଛା ଜାହିର କରୁଛନ୍ତି। ଯାହାଫଳରେ ସେମାନଙ୍କ ଲୋକସେନ୍କୁ ଟ୍ରାକ୍ କରିବା ସମ୍ଭବ ହେଉଛି। ଆଇଆଇଟି ତିରୁପତି ଓଡ଼ିଶା ସରକାରଙ୍କ ସହ ମିଶି ଦେଶରେ ପ୍ରଥମଥର ଲାଗି ଏଭଳି ବ୍ୟବସ୍ଥା ଆରମ୍ଭ କରିଛନ୍ତି। ପରବର୍ତୀ ସମୟରେ ଆଇଆଇଟି ତିରୁପତି ଦେଶର ଅନ୍ୟାନ୍ୟ ସ୍ଥାନରେ ଏଭଳି ଟ୍ରାକିଂ ବ୍ୟବସ୍ଥାକୁ ପରୀକ୍ଷାମୂଳକ ଭାବେ ଆରମ୍ଭ କରାଯାଇଥିବା ଜଣାପଡ଼ିଛି।

 

28/05/2020

Leave a Reply

Your email address will not be published. Required fields are marked *

Comments