Bikash Khabar
୮୦ ହଜାର ଘରର ମଇଳା ପାଣି ନିଷ୍କାସନ ଚିନ୍ତା, ଜର୍ମାନୀ ସହାୟତାରେ ବ୍ରହ୍ମପୁରରେ ହେବ ଭୂତଳ ସ୍ୱେରେଜ ବ୍ୟବସ୍ଥା

ବ୍ରହ୍ମପୁର ସହରରେ ସ୍ୱେରେଜ ବ୍ୟବସ୍ଥାରେ ସୁଧାର ଅଣାଯିବା ଦିଗରେ ଯୋଜନା ପ୍ରସ୍ତୁତ ହୋଇଛି । ଜର୍ମାନୀ ସହାୟତାରେ ସହରର ସ୍ୱେରେଜ ବ୍ୟବସ୍ଥାକୁ କ୍ରିୟାଶୀଳ କରାଯିବ । ଓଡ଼ିଶା ସ୍ୱେରେଜ ବୋର୍ଡ଼ ଏବଂ ଜର୍ମାନୀର ଏକ ପ୍ରତିନିଧି ଦଳ ବ୍ରହ୍ମପୁର ଆସି ରିପୋର୍ଟ ପ୍ରସ୍ତୁତ କରିଥିବା ବିଏମସି କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର କହିଛନ୍ତି ।
ସହରରେ ୮୦ ହଜାର ଘରର ମଇଳା ପାଣି ନିଷ୍କାସନକୁ ନେଇ ଚିନ୍ତା ପ୍ରକଟ କରାଯାଇଛି । ବର୍ଷାଜଳ ନିଷ୍କାସନ ହେଉଥିବା ଡ଼୍ରେନରେ ଆବର୍ଜନା ପାଣି ନିଷ୍କାସିତ ହେଉଛି । ଡ଼୍ରେନ ପ୍ରଦୂଷିତ ହେଉଛି । ବର୍ଷ ବର୍ଷ ଧରି ଏହି ବ୍ୟବସ୍ଥା ରହିଛି । ସହରରେ ଜନସଂଖ୍ୟା ବଢୁଥିବାବେଳେ ଉନ୍ନତମାନର ସ୍ୱେରେଜ ବ୍ୟବସ୍ଥା ନଥିଲା । ଜର୍ମାନୀ ସରକାର ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେବା ପରେ ସହରର ସ୍ୱେରେଜ ସ୍ଥିତି ଅନୁଧ୍ୟାନ କରାଯାଇଛି । ଖୁବ ଶିଘ୍ର ଏହାର କାମ ଆରମ୍ଭ ହେବ । ଭୂତଳ ସ୍ୱେରେଜ ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ ଦକ୍ଷିଣ ଓଡ଼ିଶାର ବ୍ୟାବସାୟିକ ପ୍ରାଣକେନ୍ଦ୍ର ରେଶମ ନଗରୀ ବ୍ରହ୍ମପୁର ପରିମଳ କ୍ଷେତ୍ରରେ ନୂଆ ଏକ ଅଧ୍ୟାୟ ଆରମ୍ଭ କରିବ । 
 

16/09/2018

Leave a Reply

Your email address will not be published. Required fields are marked *

Comments