Bikash Khabar
ଆଜି ଠାରୁ ଗଞ୍ଜାମରେ ମୋ ଗେହ୍ଲା ଝିଅ କାର୍ଯ୍ୟକ୍ରମର ଶୁଭାରମ୍ଭ

ସମାଜ ଭିତରେ କି ବଡ଼, ସାନ- ପୁଅ ଆଉ ଝିଅ ଦୁହେଁ ସମାନ । ଏହି ସ୍ଲୋଗାନ ଦେଇ ସଚେତନତାକୁ ବ୍ୟାପକ କରାଯାଇଥିଲେ ହେଁ ଗଞ୍ଜାମ ଜିଲ୍ଲାରେ ଲିଙ୍ଗଗତ ବୈଷମ୍ୟ ବାରି ହୋଇପଡ଼ୁଛି । ସମାଜରେ କନ୍ୟା ସନ୍ତାନମାନଙ୍କୁ ଗୁରୁତ୍ୱ ଦେବା ପାଇଁ ଗଞ୍ଜାମ ଜିଲ୍ଲାରେ ମକର ସଂକ୍ରାନ୍ତି ଠାରୁ ଆରମ୍ଭ ହେବାକୁ ଯାଉଛି ମୋ ଗେହ୍ଲା ଝିଅ ସଚେତନତା କାର୍ଯ୍ୟକ୍ରମ । ବିଜୁ କନ୍ୟାରତ୍ନ ଯୋଜନା ଅଧିନରେ ଏହି କାର୍ଯ୍ୟକ୍ରମକୁ ଜିଲ୍ଲାବ୍ୟାପୀ କରାଯିବାକୁ ନିଷ୍ପତ୍ତି ନିଆଯାଇଛି ।

କନ୍ୟା ସନ୍ତାନ ଜନ୍ମକୁ ଖୁବ୍ ଧୁମଧାମରେ ପାଳନ କରିବା ପାଇଁ ଜିଲ୍ଲାରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆୟୋଜନ କରାଯିବାକୁ ଯୋଜନା କରାଯାଇଛି । ଏହି କାର୍ଯ୍ୟକ୍ରମରେ ସମାଜର ବିଭିନ୍ନ ବର୍ଗର ଜନସାଧାରଣଙ୍କୁ ସାମିଲ କରାଯିବା ସହ ପୁଅଙ୍କ ଭଳି ଝିଅଙ୍କ ପାଇଁ ମଧ୍ୟ ସମାନ ଆଇନ ସମାନ ସୁବିଧା ସୁଯୋଗ ରହିଥିବା ନେଇ ସଚେତନତା କରାଯିବ । ସୂଚନା ଯୋଗ୍ୟ ଯେ ୨୦୧୧ ଜନଗଣନା ଅନୁଯାୟୀ ଗଞ୍ଜାମ ଜିଲ୍ଲାରେ ୦-୫ ବର୍ଷ ବୟସ ମଧ୍ୟରେ ୨୨୦୧୫୯ ପୁଅ ଥିବା ବେଳେ ୧୯୯୯୯୯ ଝିଅ ଥିବା ଜଣାଯାଇଛି । ଜିଲ୍ଲାରେ ପ୍ରତି ୧୦୦୦ ଜନସଂଖ୍ୟାରେ ୯୮୩ ମହିଳା ଥିବାବେଳେ କନ୍ୟା ସନ୍ତାନଙ୍କ ସଂଖ୍ୟା ୯୦୮ ଥିବା ଜଣାଯାଇଛି । ୨୦୧୪ରେ କନ୍ୟାସନ୍ତାନଙ୍କ ସଂଖ୍ୟା ପ୍ରତି ୧୦୦୦ ରୁ ୮୬୯ ଥିବା ସାମ୍ନାକୁ ଆସିଛି ।

14/01/2019

Leave a Reply

Your email address will not be published. Required fields are marked *

Comments