Bikash Khabar
ଛେଳି ଚାଷ ବଦଳାଇ ଦେଲା ପ୍ରେମକୁମାରଙ୍କ ଭାଗ୍ୟ

ନିଜ ଉଦ୍ୟମରେ ସଫଳତା ସାଉଁଟିଛନ୍ତି ନୁଆପଡ଼ା ଜିଲ୍ଲା ସଦର ବ୍ଲକ ବଲୋଦା ଗାଁର ଚାଷୀ ପ୍ରେମକୁମାର । କାମଧନ୍ଦା ଅଭାବରୁ ଓ ଚିର ମରୁଡ଼ି କବଳିତ ଅଂଚଳ ହୋଇଥିବାରୁ ଏଠାକାର ଚାଷୀମାନେ ଦାଦନର ଦୁଃଖ ମୁଣ୍ଡାଇଥିବାବେଳେ ପ୍ରେମକୁମାର ନିଜର ୧୦ ଏକର ଜମିରେ ସଫଳତାର ସହ ଚାଷ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ହୋଇଛନ୍ତି ।

ପ୍ରେମକୁମାର ନିଜର ୧୦ ଏକର ଜମିରେ ଗଢିଛନ୍ତି କୃଷିଫାର୍ମ । ନିଜ ପରିଶ୍ରମରେ ଖୋଳାଇଛନ୍ତି ତିନୋଟି ପୋଖରୀ । ପୋଖରୀରେ ମାଛ ଓ ବତକ ଚାଷ କରିଛନ୍ତି । ପୋଖରୀ ହୁଡ଼ାରେ ତିଆରି କରିଛନ୍ତି ଛେଳି ଗୁହାଳ । ଗୁହାଳରେ ଅଛନ୍ତି ୨୦ରୁ ଊଦ୍ଧ୍ୱର୍ ଛେଳି । ଗୋଟିଏ ଗୋଟିଏ ଛେଳିକୁ ୩ରୁ ୫ ହଜାର ଟଙ୍କା ମଧ୍ୟରେ ବିକ୍ରୀ କରାଯାଉଛି ।
ପ୍ରେମକୁମାରଙ୍କ ଏହି ଫାର୍ମରେ ୧୫ରୁ ୨୦ ଲୋକ ଜୀବିକା ପାଉଛନ୍ତି । ମାଛ, ଛେଳି, ବତକ ପାଳନ ସହିତ ପ୍ରେମକୁମାର ବିଭିନ୍ନ ପନିପରିବା ଫଳାଇ ବର୍ଷକୁ ୧୫ରୁ ୨୦ ଲକ୍ଷ ଟଙ୍କା ରୋଜଗାର କରିପାରୁଛନ୍ତି । ନିଜ ପ୍ରୟାସରେ ରାଜ୍ୟବାହାରକୁ ଯାଇ ତାଲିମ ନେବା ପରେ ସେ ଛେଳି ପାଳନରୁ ଅଧିକ ଲାଭବାନ ହୋଇଥିବା ସୂଚାଇଥିଲେ । ଗ୍ରାମାଂଚଳରେ ଫଳ, ଫୁଲ, ମାଛ, ବତକ ଓ ଛେଳି ପାଳନ ଏକ ଲାଭଜନକ ବୃତ୍ତି ହୋଇପାରିବ ବୋଲି ସେ ଦୃଢତାର ସହିତ କହିଥାନ୍ତି । 
 

29/11/2018

Leave a Reply

Your email address will not be published. Required fields are marked *

Comments