Bikash Khabar
ୟୁରିଆ ପାଇଁ ପରିସ୍ରା ସଂରକ୍ଷଣ ପରାମର୍ଶ ଦେଲେ କେନ୍ଦ୍ରମନ୍ତ୍ରୀ ଗଡ଼କରୀ

ମଣିଷର ପରିସ୍ରାରେ ଯେତେ ୟୁରିଆ ଅଂଶ ରହିଛି । ତାହା ଭାରତର ୟୁରିଆ ଆବଶ୍ୟକତାକୁ ପୂରଣ କରିପାରିବ । ଯୁବ ଉଦ୍ୟୋଗୀମାନେ ଏଥିପ୍ରତି ଧ୍ୟାନ ଦେବା ଉଚିତ ବୋଲି ନାଗପୁରଠାରେ ଏକ କାର୍ଯ୍ୟକ୍ରମକୁ ସମ୍ଭୋଧିତ କରିବା ଅବସରରେ ମତ ଦେଇଛନ୍ତି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥମନ୍ତ୍ରୀ ନୀତିନ ଗଡ଼କରୀ । ସେ କହିଛନ୍ତି ଯେ ମୂତ୍ର ସଂରକ୍ଷଣ ଓ ପ୍ରକ୍ରିୟାକରଣ ଏକ ଲଜ୍ଜାଜନକ ପ୍ରସଙ୍ଗ ନୁହେଁ । ଏହା କରିପାରିଲେ ଆମ ଦେଶକୁ ଆଉ ୟୁରିଆ ଆମଦାନୀ ପାଇଁ ଚାଇନା, ଇରାନ ଓ ଓମାନ ଭଳି ଦେଶ ଉପରେ ନିର୍ଭର କରିବାକୁ ପଡ଼ିବନି । ଅନ୍ତତଃ ଯଦି ଦେଶର ସମସ୍ତ ବିମାନ ବନ୍ଦରରେ ୟୁରିନ ସଂଗ୍ରହ କରାଯାଇପାରନ୍ତା ତେବେ ୟୁରିଆର ଏକ ବଡ଼ ଆବଶ୍ୟକତା ପୂରଣ ହୋଇପାରନ୍ତା ବୋଲି ଗଡ଼କରୀ କହିଛନ୍ତି । ସୂଚନା ଯୋଗ୍ୟ ଯେ ଗଡ଼କରୀ ନିଜ ପରିସ୍ରାକୁ ସଂରକ୍ଷଣ କରି ନିଜ ବଗିଚାରେ ବ୍ୟବହାର କରୁଛନ୍ତି ।

06/03/2019

Leave a Reply

Your email address will not be published. Required fields are marked *

Comments