Bikash Khabar
କନ୍ୟାକୁ ସୁନା ଉପହାର ଦେବ ଆସାମ, ଏମ୍ ପି ଦେବ ବେକାରୀ ଭତ୍ତା

ଆସାମ ସରକାର ବାର୍ଷିକ ୫ ଲକ୍ଷ ଟଙ୍କାରୁ କମ୍ ଆୟକାରୀ ପରିବାରର କନ୍ୟାଙ୍କ ବିବାହ ବେଳେ ଏକ ତୋଳା ଓଜନର ସୁନା ଉପହାର ପ୍ରଦାନ କରିବେ । ତା ସହ ଏକ ଟଙ୍କା ମୂଲ୍ୟରେ ଏକ କିଲୋଗ୍ରାମ ଚାଉଳ ଯୋଗାଇଦେବାକୁ ବଜେଟ ଉପସ୍ଥାପନା ବେଳେ ଘୋଷଣା କରିଛନ୍ତି । ଏହା ସହ ପ୍ରଥମ ଶ୍ରେଣୀରେ ମାଟ୍ରିକ ପାସ୍ କରୁଥିବା ବାଳିକା ମାନଙ୍କୁ ଇ-ବାଇକ ପ୍ରଦାନ କରିବାର ପ୍ରତିଶ୍ରୃତି ଦେଇଛନ୍ତି । ଆସାମର ଅର୍ଥମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା କହିଛନ୍ତି ଯେ ସୁନା, ବାଇକ୍, ଟଙ୍କିକିଆ ଚାଉଳ ସହିତ ଚଳିତ ଆର୍ଥିକ ବର୍ଷରେ ସମସ୍ତ ଶିକ୍ଷା ଋଣ ଉପରେ ୫୦ ହଜାର ଟଙ୍କାର ରିହାତି ପ୍ରଦାନ କରାଯିବ ।

ତେଣେ ମଧ୍ୟପ୍ରଦେଶରେ କମଲନାଥଙ୍କ ନେତୃତ୍ୱାଧିନ କଂଗ୍ରେସ ସରକାର ମାସିକ ୪ ହଜାର ଟଙ୍କାର ବେକାର ଭତ୍ତା ପ୍ରଦାନ ପାଇଁ ଘୋଷଣା କରିଛନ୍ତି । ରାଜସ୍ଥାନର କଂଗ୍ରେସ ସରକାର ୩,୦୦୦ରୁ ୩,୫୦୦ ଯାଏ ବେକାରୀ ଭତ୍ତା ପ୍ରଦାନ ପାଇଁ ନିଷ୍ପତ୍ତି ନେଇଛି । ବେରୋଜଗାର ଯୁବକଙ୍କ ପାଇଁ ସର୍ବନିମ୍ନ ୧୦୦ ଦିନର କାମ ପାଇଁ କମଲନାଥ ସରକାର ଯୋଜନା ପ୍ରସ୍ତୁତ କରୁଥିବା ଜଣାପଡ଼ିଛି । ପଶ୍ଚିମବଙ୍ଗରେ ବେକାରୀ ଭତ୍ତା ୧୫୦୦ ଏବଂ ହରିୟାଣାରେ ୯୦୦ରୁ ୧୫୦୦ ମଧ୍ୟରେ ରହିବା ପାଇଁ ଘୋଷଣା ହୋଇଛି ।

07/02/2019

Leave a Reply

Your email address will not be published. Required fields are marked *

Comments