Bikash Khabar
ଛୋଟ ଛୋଟ ପିଲାଙ୍କୁ ମଜାଦାର ଢଙ୍ଗରେ ପଢାଇବା ପାଇଁ ଗୁଗୁଲ ଆରମ୍ଭ କଲା ନୁଆ ଆପ୍

ଗତ ମାସରେ ଗୁଗୁଲ ଭାରତରେ ଏକ ନୁଆ ଆପର ଶୁଭାରମ୍ଭ କରିଛି, ଯାହାର ନାଁ ରହିଛି ‘ବୋଲୋ’ । ଏହା ଏକ ସ୍ପିଚ୍ ଆଧାରିତ ଆପ୍ ଯାହା ସାହାର୍ଯ୍ୟରେ ପିଲାମାନେ ଅତି ସହଜ ଭାବରେ ପାଠ୍ୟପୁସ୍ତକ ପଢିପାରିବେ । ଗୁଗୁଲର କହିବା କଥା ଏହା ଏପରି ଏକ ପ୍ରଥମ ଆପ୍ ଯାହାର ସହାୟତାରେ ଦେଶରେ ପିଲାମାନଙ୍କ ସାକ୍ଷରତା ସ୍ତରର ଯଥେଷ୍ଟ ବିକାଶ ସମ୍ଭବ ହୋଇପାରିବ । ଏହା ହିନ୍ଦୀରେ ତିଆରି ହୋଇଥିବାରୁ ଉତ୍ତର ଭାରତବାସୀ ଏହାର ବିଶେଷ ଲାଭ ଉଠାଇ ପାରିବେ । ପିତାମାତାମାନେ ଏହି ଆପକୁ ଡ଼ାଉନଲୋଡ଼ କରି ପିଲାଙ୍କ ପଢା ଦିଗରେ ବ୍ୟବହାର କରନ୍ତୁ ବୋଲି ଗୁଗୁଲ ନିବେଦନ କରିଛି ।

୬ ବର୍ଷରୁ ୧୨ ବର୍ଷ ବୟସର ପିଲାଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ଆପସ କୁ ଡ଼ିଜାଇନ କରାଯାଇଛି । ଗୁଗୁଲର ସ୍ପିଚ ରିକୋଗନିସନ ଏବଂ ଟେକ୍ସଟ ଟୁ ସ୍ପିଚ ଟେକନିକ ଦ୍ୱାରା ଏହା ସଂଚାଳିତ । ଏହାକୁ ମଜାଦାର କରାଇବା ପାଇଁ ଏଥିରେ ଏକ ଡ଼ିଜିଟାଲ ଆସିଷ୍ଟାଣ୍ଟ ମଧ୍ୟ ଯୋଡ଼ି ଦିଆଯାଇଛି । ଯାହାର  ନାମ ‘ଦିୟା’ ଦିଆଯାଇଛି । ଦିୟା ପିଲାମାନଙ୍କୁ ନିଜ ସ୍ୱରରେ ପଢାଇବ ଓ ବୁଝାଇବ ଏବଂ ପଢିବାରେ ସହଯୋଗ କରିବ । ଏହି ଆପରେ ହିନ୍ଦୀରେ ୫୦ଟି ଗଳ୍ପ ଓ ଇଂରାଜୀରେ ୪୦ଟି ଗଳ୍ପ ଉପଲବ୍ଧ ହେଉଛି ।

12/04/2019

Leave a Reply

Your email address will not be published. Required fields are marked *

Comments