Bikash Khabar
ବିହାର, ନବମ ଶ୍ରେଣୀର ଛାତ୍ରଙ୍କ ଦ୍ୱାରା ତିଆରି ଦୁଇଟି ଆପକୁ କିଣିଲା ଗୁଗୁଲ

 ବିଶ୍ୱର ସବୁଠୁ ବଡ଼ ସର୍ଚ୍ଚ ଇଞ୍ଜିନ ଗୁଗୁଲ ପାଟନାର ନବମ ଶ୍ରେଣୀରେ ପଢୁଥିବା ଛାତ୍ର ଆର୍ଯ୍ୟନ ରାଜଙ୍କ ଦ୍ୱାରା ପ୍ରସ୍ତୁତ ଦୁଇଟି ଆପ୍ ହ୍ୱାଟ୍ସଆପ୍ କ୍ଲିନର ଲାଇଟ ଏବଂ ସର୍ଟକଟ କିଜକୁ କିଣି ନେଇଛି । ଗୁଗୁଲ ଆର୍ଯ୍ୟନଙ୍କୁ ମେଲ କରି ଏହି ଦୁଇଟି ଆପ୍ କିଣି ନେଉଥିବାର ସୂଚନା ପ୍ରଦାନ କରିଛି । ଆର୍ଯ୍ୟନଙ୍କୁ ଏ ବାବଦରେ ୨ଲକ୍ଷ ଟଙ୍କା ଦିଆଯାଇଛି, କିନ୍ତୁ ନବମ ଶ୍ରେଣୀରେ ପଢୁଥିବା ଆର୍ଯ୍ୟନ ତାର ଏହି ପ୍ରଥମ ରୋଜଗାରକୁ ଗରିବଙ୍କ ମଧ୍ୟରେ ବାଣ୍ଟିଦେବ ବୋଲି କହିଥିବା ହିନ୍ଦୁସ୍ଥାନ ଟାଇମ୍ସ ଖବର ପ୍ରକାଶ କରିଛି ।

ଗୁଗୁଲ ପ୍ଲେ ଷ୍ଟୋରରେ ମହଜୁଦ୍ କମ୍ପ୍ୟୁଟର ସଟକର୍ଟ କିଜ ଏବଂ ହ୍ୱାଟ୍ସଅପ୍ କ୍ଲିନର ଲାଇଟକୁ ଇନଷ୍ଟାଲ କରିବା ସହିତ ବ୍ୟବହାରକାରୀମାନେ ଭଲ ରେଟିଂ ଦେଇଛନ୍ତି । ଏହି ହ୍ୱାଟ୍ସଆପ୍ କ୍ଲିନର ଲାଇଟ୍ ଆପକୁ ଡାଉନଲୋଡ଼୍ କରିବା ପରେ ହ୍ୱାଟ୍ସଅପରେ ଆସୁଥିବା ଭାଇରସ୍ ଏବଂ ଅନ୍ୟ ଅଦରକାରୀ ଫଟୋ ଓ ବାର୍ତ୍ତା ଆପେ ଆପେ ସ୍ନାନ ହୋଇଯାଇଥାଏ । ଏହି ଆପ୍ ଜରିଆରେ ଆପଣ ନିଜର ହ୍ୱାଟ୍ସଆପ୍ ପଛରେ ଫଟୋ ମଧ୍ୟ ଲଗାଇ ପାରିବେ । ଏହାକୁ ଡ଼ାଉନଲୋଡ଼ ପାଇଁ ଆପଣ ଗୁଗୁଲ ପ୍ଲେ ଷ୍ଟୋରକୁ ଯାଆନ୍ତୁ । ବଡ଼ ଅକ୍ଷରରେ ଟାଇପ୍ କରନ୍ତୁ ଏବଂ ଆପକୁ ଡ଼ାଉନଲୋଡ଼ କରନ୍ତୁ । ଆର୍ଯ୍ୟନ ବଡ଼ ହେଲେ ଆଇଆଇଟି ଇଞ୍ଜିନିୟର ହେବ ବୋଲି ସ୍ୱପ୍ନ ଦେଖୁଛି । 

29/06/2018

Leave a Reply

Your email address will not be published. Required fields are marked *

Comments