Bikash Khabar
ଉଜ୍ଜ୍ୱଳା ଯୋଜନା, ଏବେ ଗରିବ ପରିବାର ବଡ଼ ବଦଳରେ ନେଇପାରିବେ ଛୋଟ ସିଲିଣ୍ଡର

ଉଜ୍ଜ୍ୱଳା ଯୋଜନା ଅନ୍ତର୍ଗତ ଗ୍ୟାସ କନେକ୍ସନ ନେଇଥିବା ଗରିବ ପରିବାର ଏବେ ବଡ଼ ସିଲିଣ୍ଡର କିଣି ହେଉଥିବା ଖର୍ଚ୍ଚ ଭାରରୁ ରକ୍ଷା ପାଇପାରିବେ । ସରକାର ଏବେ ବଡ଼ ସିଲିଣ୍ଡର ପରିବର୍ତ୍ତେ ଛୋଟ ସିଲିଣ୍ଡରର ବିକଳ୍ପ ଦେବାକୁ ଯାଉଛନ୍ତି । କୁହାଯାଉଛି ଯେ ବଡ଼ ସିଲିଣ୍ଡର ଅଧିକ ମୂଲ୍ୟ ହୋଇଥିବାରୁ ଏତେ ଟଙ୍କା ଦେଇ ଗରିବ ପରିବାର ଗ୍ୟାସ ଟାଙ୍କି କିଣିପାରୁନାହାନ୍ତି । ବିରୋଧୀ ଦଳ ପକ୍ଷରୁ ଅଭିଯୋଗ ହେଉଛି ଉଜ୍ଜ୍ୱଳା ହିତାଧିକାରୀମାନେ ଗ୍ୟାସ ସରିଯିବା ସତ୍ୱେ ଆଉ ସିଲିଣ୍ଡର ବଦଳାଇବା ପାଇଁ ସମର୍ଥ ହେଉନାହାନ୍ତି । ବହୁତ ଗରିବ ପରିବାର ଦ୍ୱିତୀୟ ଥର ସିଲିଣ୍ଡର ଭର୍ତ୍ତି କରିବାରୁ ବଂଚିତ ହେଉଛନ୍ତି । ଛୋଟ ସିଲିଣ୍ଡର ହେଲେ ସେମାନେ ଗ୍ୟାସ ଭର୍ତ୍ତି କରିବାକୁ ସମର୍ଥ ହୋଇପାରନ୍ତେ ।

ପେଟ୍ରୋଲିୟମ ମନ୍ତ୍ରାଳୟର ପରିସଂଖ୍ୟାନ ଅନୁଯାୟୀ ଉଜ୍ଜ୍ୱଳାର ୮୦ ପ୍ରତିଶତ ହିତାଧିକାରୀ ପୁନଃ ଗ୍ୟାସ ସିଲିଣ୍ଡର ଭର୍ତ୍ତି କରୁଛନ୍ତି । ବର୍ଷକୁ ୨-୩ କିମ୍ବା ୪ଟି ସିଲିଣ୍ଡର ଭରିବା ସୂଚାଉଛି କି ସେମାନେ ପୂର୍ବରୁ ଥିବା ଧୂଆଁଭରା ପରିବେଶରୁ ମୁକ୍ତି ପାଇଛନ୍ତି । ଆଉ ଯେଉଁ ୨୦ ପ୍ରତିଶତ ପରିବାର ଗ୍ୟାସ ଚୁଲା ଭର୍ତ୍ତି କରିପାରୁନାହାନ୍ତି ସେମାନଙ୍କୁ ସକ୍ରିୟ ଉପଭୋକ୍ତା କରିବା ପାଇଁ ଛୋଟ ସିଲିଣ୍ଡର ବ୍ୟବସ୍ଥା ଅଣାଯାଉଛି । 
 

04/12/2018

Leave a Reply

Your email address will not be published. Required fields are marked *

Comments