Bikash Khabar
ଆରମ୍ଭ ହେବ କୁସୁମ ଯୋଜନା, ଚାଷୀଙ୍କୁ ସରକାର ଦେବେ ସୌରଶକ୍ତି ଚାଳିତ ପମ୍ପ

 କେନ୍ଦ୍ରସରକାର ଚାଷୀମାନଙ୍କ ପାଇଁ ଆଣୁଛନ୍ତି ଆଉ ଏକ ଯୋଜନା । ଏହା ପରିବେଶ ପାଇଁ ମଧ୍ୟ ଲାଭଦାୟକ ହେବ । ଏହି ଯୋଜନାର ନାମ ରଖାଯାଇଛି କୁସୁମ । କୁସୁମ ନାମରେ ସୌରଶକ୍ତି ଯୋଜନା କାର୍ଯ୍ୟକାରୀ ହେବ । ଆଗାମୀ ଜୁଲାଇ ମାସଠାରୁ ଏହି ଯୋଜନା କାର୍ଯ୍ୟକାରୀ ହେବ ବୋଲି ଅକ୍ଷୟ ଶକ୍ତି ମନ୍ତ୍ରୀ ଆରକେ ସିଂହ କହିଛନ୍ତି ।

ଏହି ଯୋଜନାରେ ଚାଷୀମାନଙ୍କୁ ୨୭ ଲକ୍ଷ ୫୦ ହଜାର ସୌରଶକ୍ତି ଚାଳିତ ପମ୍ପ ଯୋଗାଇ ଦିଆଯିବ । ୦.୫ରୁ ୭ ମେଗାୱାଟ ପର୍ଯ୍ୟନ୍ତ ସୌରଶକ୍ତି ଉତ୍ପାଦନ ଦିଗରେ ଚାଷୀମାନେ ସକ୍ଷମ ହେବେ । ଖୁବ୍ ଶୀଘ୍ର ଏହି ଯୋଜନା କ୍ୟାବିନେଟ୍ ବୈଠକରେ ଉପସ୍ଥାପନ ହେବାକୁ ଯାଉଛି । ଆମ ଦେଶରେ ସୌରଶକ୍ତିର ଅପାର ସମ୍ଭାବନା ରହିଛି । ଏହି ଅକ୍ଷୟ ଶକ୍ତିକୁ ଉପଯୋଗ କରାଯିବାର ଆବଶ୍ୟକତା ରହିଛି । 

06/06/2018

Leave a Reply

Your email address will not be published. Required fields are marked *

Comments