Bikash Khabar
ମନ୍ତ୍ରୀ ପରିଷଦ ବୈଠକରେ ରିପୋର୍ଟ କାର୍ଡ଼, ୧୨ ଲକ୍ଷଙ୍କୁ ନିଯୁକ୍ତି ଦେଇଛୁ, ୩୦ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛୁ

ବିଗତ ୫ ବର୍ଷ ମଧ୍ୟରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧିନ ସରକାର ୧୨ ଲକ୍ଷ ଲୋକଙ୍କୁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ନିଯୁକ୍ତି ଦେଇଛି । ଏଥିରୁ କେବଳ ସରକାରୀ ସ୍ତରରେ ୧ଲକ୍ଷ ୧୨ ହଜାର ନିଯୁକ୍ତି ଦିଆଯାଇଛି ବୋଲି ମଙ୍ଗଳବାର ସଚ୍ଚିବାଳୟଠାରେ ଆୟୋଜିତ ମନ୍ତ୍ରୀ ପରିଷଦ ବୈଠକରେ ନିଜ ସରକାରଙ୍କ ରିପୋର୍ଟ କାର୍ଡ଼ ଏଭଳି ଭାବେ ପ୍ରଦାନ କରାଯାଇଛି ।

୫ ବର୍ଷ ମଧ୍ୟରେ ଦୁଇ ଦୁଇ ଥର ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମର ସଫଳ ଆୟୋଜନ କରାଯାଇ ୩୦ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇଛି । ଦକ୍ଷତା ବିକାଶ ତାଲିମ ଓ ନିଯୁକ୍ତି ମେଳା ଜରିଆରେ ଏହି ସଫଳତା ମିଳିଛି ବୋଲି ଏଥିରେ କୁହାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁଷ୍ଠିତ ବୈଠକରେ ଅଧ୍ୟକ୍ଷତା କରି ସାଢେ ୪କୋଟି ଓଡ଼ିଶାବାସୀଙ୍କୁ ତାଙ୍କ ପରିବାର କହିବା ସହିତ ୨୦୧୪ ମେ ୨୧ର ଶପଥ ଗ୍ରହଣ କରିବା ଦିନ ନୀତି ଭାବେ ଗ୍ରହଣ କରି ବିଜେଡ଼ି ଦେଇଥିବା ଇସ୍ତାହାରକୁ ତାଙ୍କ ସରକାର ପୂରଣ କରିଛି ବୋଲି ଦର୍ଶାଇଥିଲେ । ୨୦୧୪ରେ ସବୁ ଘରକୁ ପକ୍କା କରିବା ପ୍ରତିଶୃତି ଦିଆଯାଇଥିଲା । ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାର ୨୦ ଲକ୍ଷ ଘର ନିର୍ମାଣ କରିଥିବା କହୁଥିଲେ ହେଁ ଏହାକୁ ନେଇ ବିରୋଧି ପ୍ରଶ୍ନ ଉଠାଇଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟର ସବୁ କଚ୍ଚା ଘର ପକ୍କା ହୋଇପାରିନାହିଁ ତେଣୁ ୨୦୧୪ରେ ବିଜେଡ଼ି ଦେଇଥିବା ପ୍ରତିଶୃତି ଆଜି ବି ଅଧା ଅଧୁରା ହୋଇ ରହିଛି । କର୍ମ ନିୟୋଜନ ସଂସ୍ଥା ଗୁଡ଼ିକରେ ପଞ୍ଜିକୃତ ବେକାରଙ୍କ ସଂଖ୍ୟା ବଢି ବଢି ଚାଲିଥିବାବେଳେ ମିଛ ପରିସଂଖ୍ୟାନ ଦର୍ଶାଇ ଜନତାଙ୍କ କ୍ରୋଧକୁ ପ୍ରଶମିତ କରିବା ପାଇଁ ଶାସକ ଦଳ ଏଭଳି ପ୍ରଚାର କରୁଥିବା ନେଇ ଚର୍ଚ୍ଚା ହେଉଛି ।

06/03/2019

Leave a Reply

Your email address will not be published. Required fields are marked *

Comments