Bikash Khabar
କନ୍ଧମାଳ ଗୁମୁଡ଼ୁମାହା ଗୁଳିକାଣ୍ଡକୁ ପୁରିଲା ୨ ବର୍ଷ, ଭାଷଣରେ ଅଟକି ଯାଇଛି ସରକାରଙ୍କ ଗାଁ ବିକାଶର ପ୍ରତିଶ୍ରୃତି

 କନ୍ଧମାଳର ଗୁମୁଡ଼ୁମାହାରେ ପୋଲିସ ଗୁଳିରେ ୫ ନିରୀହ ଗ୍ରାମବାସୀଙ୍କ ମୃତ୍ୟୁ ଓ ଅନ୍ୟ ୭ ଆହତ ଘଟଣାକୁ ଆଜି ଦୁଇବର୍ଷ ପୁରିବ । ଏହି ଦୁଃଖଦ ଦିନର ସ୍ମୃତିକୁ ବଖାଣିଛନ୍ତି ପୀଡ଼ିତଙ୍କ ପରିବାର ସମେତ ଗ୍ରାମବାସୀ ।

ଗୁଳିକାଣ୍ଡ ଘଟଣା ପରେ ରାଜ୍ୟ ସରକାର ତତ୍ପର ହୋଇ ନାନାପ୍ରକାର ଘୋଷଣା କରିଥିଲେ ହେଲେ ଦୁଇବର୍ଷ ପରେ ସେ ସବୁ ଘୋଷଣା ଭାଷଣରେ ହିଁ ଅଟକି ଯାଇଛି । ଦୁଇବର୍ଷ ମଧ୍ୟରେ ଗ୍ରାମକୁ ଜଣେ ହେଲେ ବି ପ୍ରଶାସନିକ ଅଧିକାରୀ ଆସିନାହାନ୍ତି । ଗୁଳିକାଣ୍ଡରେ ସଂପୃକ୍ତ ପୋଲିସଙ୍କୁ ଦଣ୍ଡ ବିଧାନ କରାଯାଇନାହିଁ । ଏସଆଇଟି ତଦନ୍ତର ଫଳ ନିଷ୍ପଳ ହୋଇଛି । ଗାଁକୁ ରାସ୍ତାଟିଏ ନିର୍ମାଣ ହୋଇପାରିଲା ନାହିଁ । ଗାଁକୁ ସଡ଼କ, ବିଜୁଳି, ପିଇବା ପାଣି ଓ ସ୍କୁଲ ନିର୍ମାଣ ପ୍ରତିଶ୍ରୃତି ପାଣିରେ ଗାର ହୋଇଛି ବୋଲି ଗୁମୁଡ଼ୁମାହା ବାସୀ ଅଭିଯୋଗ କରିଛନ୍ତି ।

ଜଣେ ଶିଶୁଙ୍କ ସମେତ ୫ଜଣ ନିରୀହ ଗ୍ରାମବାସୀଙ୍କ ଜୀବନ ଚାଲିଗଲା । ସରକାର ସେ ସମୟରେ ଗ୍ରାମ ବିକାଶ ପାଇଁ ଗୋଲାପୀ ଚିତ୍ର ଦେଖାଇଲେ କିନ୍ତୁ ଗୁଳିକାଣ୍ଡକୁ ଦୁଇବର୍ଷ ପୁରୁଥିବାବେଳେ ଗୁମୁଡ଼ୁମାହାକୁ ସଡ଼କଟିଏ ହୋଇନପାରିବା ପଂଚ ସହୀଦଙ୍କ ଆତ୍ମା ପ୍ରତି ଅପମାନ ବୋଲି ପଂଚ ସହୀଦ ଆଂଚଳିକ ଉନ୍ନୟନ ବିକାଶ ପରିଷଦ ପକ୍ଷରୁ ଅଭିଯୋଗ ହୋଇଛି । 

08/07/2018

Leave a Reply

Your email address will not be published. Required fields are marked *

Comments